Home ଓଡ଼ିଶା ଅଗ୍ନିକାଣ୍ଡରେ ୨୦ ପରିବାରର ସମ୍ପତ୍ତି ପୋଡି ପାଉଁଷ

ଅଗ୍ନିକାଣ୍ଡରେ ୨୦ ପରିବାରର ସମ୍ପତ୍ତି ପୋଡି ପାଉଁଷ

216

ଭଦ୍ରକ ୧୧ା୫ (ଓଡିଆ ପୁଅ) ଭଦ୍ରକ ଗ୍ରାମାଞ୍ଚଳ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଆମାଳ ପଞ୍ଚାୟତ ନୂଆ ଶାସନ ଗାଁର ୬ଟି ପରିବାରର ୧୮ ବଖରା ଘର ଜଳିଯାଇଛି। ସେହିପରି ଭଦ୍ରକ ସହରର ଜାନୁଗଞ୍ଜ ଦାଢିଆ ସାହିରେ ୨ଟି ପରିବାରର ୨ବଖରା ଘର ପୋଡିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଗ୍ନିଶ୍ରମ ବିଭାଗ ସୂତ୍ରରୁ ଜଣାପଡିଛି। ଗତ ବିଳମ୍ବିତ ରାତ୍ରିରେ ଘରଭିତରେ ଲୋକମାନେ ଶୋଇଥିବା ବେଳେ ନିଆଁ ଲାଗିବା ଅନୁମାନ କରାଯାଇଛି। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି।
/ବିରଞ୍ଚିନାରାୟଣ ପତ୍ରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.