Home ଓଡ଼ିଶା ଅଖିଳ ଭାରତ କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର ବିଜେପି ସରକାରର କୃଷକମାରଣ ନୀତି ବିରୁଦ୍ଧରେ ରୋଡମ୍ୟାପ...

ଅଖିଳ ଭାରତ କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର ବିଜେପି ସରକାରର କୃଷକମାରଣ ନୀତି ବିରୁଦ୍ଧରେ ରୋଡମ୍ୟାପ ପ୍ରସ୍ତୁତ

49

ଭୁବନେଶ୍ୱର ୩/୮ (ଓଡ଼ିଆ ପୁଅ) – କେନ୍ଦ୍ର ବିଜେପି ସରକାରର ତୃଟିପୂର୍ଣ୍ଣ କୃଷିନୀତି, ପ୍ରତିଶ୍ରୁତିରେ ପ୍ରତାରଣା ଚରମ ସୀମାରେ ପହଞ୍ôଚଲାଣି। ଚାଷୀକୁଳ ଅସହାୟ। ଏହି ସରକାରର ୮ବର୍ଷ ଶାସନକାଳରେ କୃଷିକ୍ଷେତ୍ର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦେଶର ୬୦ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ନରେନ୍ଦ୍ର ମୋଦୀ ସରକାର ଚାଷୀଙ୍କୁ ବାରମ୍ବାର ଧୋକା ଦେଇ ଚାଲିଛନ୍ତି। ଏମ.ଏସ.ପିରେ ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ। ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରାଗଲା ନାହିଁ। ଚାଷୀଙ୍କ ସ୍ୱାର୍ଥରକ୍ଷା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବିଗତ ୫ ବର୍ଷରେ ଘରୋଇ ବୀମା କମ୍ପାନୀମାନେ ୩୪ ହଜାରର ଉର୍ଦ୍ଧ୍ୱ କୋଟି ଟଙ୍କା ଲାଭ ଉଠାଇଛନ୍ତି। ଚାଷୀର କ୍ଷେତକୁ ସାର ଯୋଗାଣ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ଦେଶର ସବୁ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ପାଇଁ ପ୍ରାକୃତିକ ସମ୍ପଦର ସମ୍ବଳ ଥିଲାବେଳେ କୃଷି ଭିତ୍ତିଭୂମିକୁ ଆଜି ପର୍ଯ୍ୟନ୍ତ ସୁଦୃଢ଼ କରାଗଲାନାହିଁ। ଫଳରେ ଚାଷୀ ଆତ୍ମହତ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସରକାରର ଏଭଳି କୃଷକମାରଣ ନୀତିକୁ ଆଉ ବରଦାସ୍ତ କରାଯିବନାହିଁ। ତେଣୁ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଖିଳ ଭାରତ କିଷାନ କଂଗ୍ରେସ କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି।

ନୂଆଦିଲ୍ଲୀସ୍ଥିତ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟାଳୟର ସଭାଗୃହରେ ଗତ ଜୁଲାଇ ୩୦ ଓ ୩୧ ଦୁଇଦିନ ଧରି କିଷାନ କଂଗ୍ରେସର ସମସ୍ତ ରାଜ୍ୟ ଅଧ୍ୟକ୍ଷ ଓ କେନ୍ଦ୍ରୀୟ କର୍ମକର୍ତ୍ତାମାନଙ୍କୁ ନେଇ ଅଖିଳ ଭାରତ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ସୁଖପାଲ ସିଂହ ଖେରାଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବ ଗ୍ରହଣ କରାଯାଇଛି। ଦେଶର ପ୍ରତି ୱାଡସ୍ତରରୁ ଗ୍ରାମ ପଞ୍ଚାୟତ, ବ୍ଳକ, ଜିଲ୍ଲା, ରାଜ୍ୟ ଓ ଦେଶର ପ୍ରତି ୟୁନିଟରେ କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବା ସହିତ ଖୁବ୍ ନିକଟରେ ଏଆଇସିସି କିଷାନ କଂଗ୍ରେସ ପକ୍ଷରୁ ମୋଦି ସରକାରର କୃଷକମାରଣ ନୀତି ବିରୁଦ୍ଧରେ ଏକ ବିରାଟ ଚାଷୀ ଆନ୍ଦୋଳନ କରାଯିବା ପାଇଁ ସ୍ଥିର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ ଓଡ଼ିଶା ରାଜ୍ୟର ବିଜେଡ଼ି ସରକାରର କୁଶାସନରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ, ଅଭାବୀ ବିକ୍ରି, ଫସଲ ହାନୀ, ଋଣ ବୋଝ ଫଳରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ଏବଂ ଫସଲବୀମା, କେବଳ କମ୍ପାନୀ ପ୍ରିତିରେ ଚାଲିଛି ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ରାଜ୍ୟ ତାର ହକ୍ ପାଉନାହିଁ। ସାର କ୍ଷେତ୍ରରେ ଅହେତୁକ ସମସ୍ୟା ଉପୁଜୁଛି। କେବଳ ଉଭୟ ସରକାରଙ୍କ ଯୋଜନାଗୁଡ଼ିକର ଘୋଷଣା ପ୍ରଚାର ସର୍ବସ୍ୱ ହୋଇଛି। ଚାଷୀ ସମସ୍ତ ଯୋଜନାର ସୁଫଳ ପାଇବାରୁ ବଞ୍ôଚତ। ତେଣୁ ଆଗାମୀ ଦିନରେ ରାଜ୍ୟରେ କିଷାନ କଂଗ୍ରେସ ପକ୍ଷରୁ ଏଆଇସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଲ ସିଂହଙ୍କ ପରାମର୍ଶ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଏହି ସରକାରଙ୍କ ବିରୁଦ୍ଧରେ ଚାଷୀ ଆନ୍ଦୋଳନକୁ ତୀବ୍ରତ୍ତର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.