Home ଓଡ଼ିଶା ୫ କିଲୋମିଟର ବୁହାହେଲେ ଗର୍ଭବତୀ – ଅଧାବାଟରେ ଶିଶୁପୁତ୍ର ପ୍ରସବ,ଚିକିତ୍ସା ପାଇଁ ଭରସା ପଡୋଶୀ ରାଜ୍ୟ

୫ କିଲୋମିଟର ବୁହାହେଲେ ଗର୍ଭବତୀ – ଅଧାବାଟରେ ଶିଶୁପୁତ୍ର ପ୍ରସବ,ଚିକିତ୍ସା ପାଇଁ ଭରସା ପଡୋଶୀ ରାଜ୍ୟ

154

କୋରାପୁଟ ୧୨-୧୦ (ଓଡିଆ ପୁଅ /ରଂଜନ କୁମାର ଦାସ) ସବୁ ଦିନିଆ ପକ୍କା ରାସ୍ତା ନଥିବାରୁ କୋରାପୁଟ ଜିଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ରାସ୍ତା ନଥିବାରୁ ଗାଁରେ ଗାଡି ପହଂଚି ପାରିଲାନି, ଫଳରେ ଜଣେ ଗର୍ଭବତୀଙ୍କୁ ଲୋକେ ୫ କିଲୋମିଟର ବାଟ ଖଟିଆରେ ବୋହି ଆଣିବା ବେଳେ ଅଧା ରାସ୍ତାରେ ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଗୁରୁତର ହେବା ପରେ ବର୍ତମାନ ଆନ୍ଧ୍ର ପ୍ରଦଶେର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣା ପଡିଛି। ଘଟଣାଟି ଘଟିଛି କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଓଡିଶା-ଆନ୍ଧ୍ର ସୀମା କାପଲୋଡା ପଂଚାୟତର ଦିଗୁଭତ୍ରାପଲ୍ଲୀ ଗ୍ରାମରେ। ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଗ୍ରାମର ଶ୍ରୀନୁ ବିଡିକାଙ୍କ ସ୍ତ୍ରୀ ଭାରତୀ ବିଡିକାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତେବେ ଦିଗୁଭତ୍ରାପଲ୍ଲୀ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନସ କିମ୍ବା ଅନ୍ୟ କୌଣସି ଗାଡି ଯାଇ ପାରୁନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଭରାତୀଙ୍କୁ ଖଟିଆରେ ଭାର କରି ହସ୍ପିଟାଲ ନେବାକୁ ବାହାରିଲେ। ଖଟିଆରେ ବୋହି ଆଣିବା ବେଳେ ଅଧା ବାଟରେ ଭାରତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଗୁରୁତର ହୋଇ ପଡିଥିଲେ। କୌଣସି ପ୍ରକାରେ ଗ୍ରାମବାସୀ ଭାରତୀଙ୍କୁ ପ୍ରାୟ ୫ କିଲୋମିଟର ବୋହି ପି.ସିଲାବାଡି ଗ୍ରାମରେ ପହଂଚାଇବା ପରେ ସେଠାରୁ ଏକ କମାଣ୍ଡର ଜିପରେ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇଥିଲେ। ଭାରତୀଙ୍କ ଅବସ୍ଥା ଅତି ସଙ୍ଗଟାପନ୍ନ ଥିବାରୁ ଡାକ୍ତର କୋରାପୁଟ କିମ୍ବା ରାୟଗଡା ନେଇ ଯିବାକୁ କହିଥିଲେ। ହେଲେ କୋରାପୁଟ ଓ ରାୟଗଡା ବନ୍ଧୁଗାଁରୁ ବହୁ ଦୂର ବାଟ ହୋଇଥିବାରୁ ପରିବାର ଲୋକେ ଭାରତୀଙ୍କୁ ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ହସ୍ପିଟାଲକୁ ନେଇ ଯାଇଥିଲେ। ସୂଚନା ଥାଉକି, ଓଡିଶା-ଆନ୍ଧ୍ର ସୀମା କାପଲୋଡା ପଂଚାୟତର ଦିଗୁଭତ୍ରାପଲ୍ଲୀ, ତାଡିବାଲସା, ଜୟକଟା, ନାଗୁଲବାଲସା ପ୍ରମୁଖ ଗ୍ରାମ ଗୁଡିକ ମୁଖ୍ୟ ରାସ୍ତାରୁ ପ୍ରାୟ ୫-୧୨ କିଲୋମିଟର ଦୂରରେ ରହିଥିବାବେଳେ ପକ୍କା ରାସ୍ତା ନଥିବାରୁ ବର୍ଷା ସମୟରେ ଗ୍ରାମବାସୀମାନେ ଏପରି ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି। ତେଣୁ ଏହି ସବୁ ଗ୍ରାମ ଗୁଡିକୁ ତୂରନ୍ତ ସବୁ ଦିନିଆ ରାସ୍ତା କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.