Home ଓଡ଼ିଶା ଜେ.ଏସ୍.ଡବ୍ଲୁ କମ୍ପାନୀ ଦ୍ୱାରା ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣର ଭିତ୍ତି ପ୍ରସ୍ତର ସ୍ଥାପନ

ଜେ.ଏସ୍.ଡବ୍ଲୁ କମ୍ପାନୀ ଦ୍ୱାରା ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣର ଭିତ୍ତି ପ୍ରସ୍ତର ସ୍ଥାପନ

161

ଯୋଡା, ୧୨/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ଦିନ ଅପରାହ୍ନରେ ବାସୁଦେବପୁରସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଏକ ୨୦ ସଜ୍ୟା ବିଶିଷ୍ଟ ନୂତନ ଗୃହ ସମ୍ପ୍ରସାରଣ ନିମନ୍ତେ ଜେଏସଡବ୍ଲୁ ଉକ୍ରଳ ଷ୍ଟିଲ କମ୍ପାନୀ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏଥିରେ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ତାଙ୍କ ସହିତ ଚମ୍ପୁଆ ବିଧାୟିକା ଶ୍ରୀମତୀ ନୀନାକ୍ଷୀ ମହାନ୍ତ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଜେଏସଡବ୍ଲୁର ବରିଷ୍ଠ ଉପସଭାପତି ଏନ୍.ଡି. ରାଓ, ଉପସାଧାରଣ ପରିଚାଳକ (ବିଦୁ୍ୟତ୍) ବି.କେ. ଦାସ, ଉପସାଧାରଣ ପରିଚାଳକ (ନିର୍ମାଣ) କେ.ସି. ଶ୍ରୀବାସ୍ତବ୍, ଉପସାଧାରଣ ପରିଚାଳକ (ଯାନ୍ତ୍ରୀକ) ଜେମସ ଜୋନ, ମାନବ ସମ୍ବଳ ଓ ସାଧାରଣ ପ୍ରଶାସନର ଅଧିକାରୀ ଧର୍ମେନ୍ଦ୍ର ଦିକ୍ଷୀତ, କମ୍ପାନୀର ସାମାଜିକ ଦାୟିତ୍ୱ ନିର୍ବାହୀ ଅଧିକାରୀ କେଦାରନାଥ ଶର୍ମା ପ୍ରମୁଖ ଉପସ୍ତିତ ରହିଥିଲେ । ଜେଏସଡବ୍ଲୁ ଦ୍ୱାରା ୧ କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ଏହି ୪ ହଜାର ବର୍ଗ ଫୁଟ ପରିମିତ ସମ୍ପ୍ରସାରିତ ଅଟାଳିକାରେ ୨୦ଟି ନୂତନ ସଜ୍ୟା ସହିତ ପ୍ରସୂତି ଗୃହ, ଅସ୍ତ୍ରପ୍ରଚାର ଗୃହ ଓ ସମସ୍ତ ଉପକରଣ, ଡ୍ରେସିଂ ରୁମ ଏବଂ ସମସ୍ତ ଅତ୍ୟାଧୁନିକ ସଂରଞ୍ଜାମ କମ୍ପାନୀ ଯୋଗାଇ ଦେବ ବୋଲି ବରିଷ୍ଠ ଉପସଭାପତି ଏନ୍.ଡି. ରାଓ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଗତ ଜନଶୁଣାଣୀ ସମୟରେ ଜେଏସଡବ୍ଲୁ କମ୍ପାନୀ ଗ୍ରାମବାସୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରଥମ ପର୍ଯ୍ୟାୟରେ ଏହାର ପରିପାଳନ କରିବାକୁ ଯାଉଥିବା ଜଣାପଡିଛି । ଏହି ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ଯୋଡା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଅଧିକାଂଶ ଲୋକ ଉପକୃତ ହୋଇପାରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.