Home ଅପରାଧ ପ୍ରଧାନମନ୍ତ୍ରୀଙ୍କ ଝିଆରୀଙ୍କ ନିକଟରୁ ୫୬ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଚୋରାଇଲେ ଦୁବୃର୍ତ୍ତ

ପ୍ରଧାନମନ୍ତ୍ରୀଙ୍କ ଝିଆରୀଙ୍କ ନିକଟରୁ ୫୬ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଚୋରାଇଲେ ଦୁବୃର୍ତ୍ତ

298

ନୂଆଦିଲ୍ଲୀ୧୨ା୧୦(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଆମ ଦେଶରେ ମହିଳା ସୁରକ୍ଷା ପାଇଁ ବର୍ମା କମିଟିଠୁ ଆରମ୍ଭ କରି ସଂସଦରେ ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲେହେଁ ତାର କାର୍ଯ୍ୟକାରିତାକୁ  ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ମହିଳାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ସବୁବେଳେ ନିଦ୍ରିତ ହେବା ମହିଳାଙ୍କ ପାଇଁ ସମସ୍ୟା ହୋଇଛି। ସୁରକ୍ଷା ବଳୟରେ ଥିବା ଦେଶର ରାଜଧାନୀ ଦିଲ୍ଲୀରେ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦିଙ୍କ ନିକଟରୁ ୫୬ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଲୁଟେରା ଲୁଟ କରିବା ଘଟଣା ଦିଲ୍ଲୀର ପୁଲିସ ବିଭାଗ କର୍ତ୍ତବ୍ୟ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି। ମୋଦିଙ୍କ ଝିଆରୀ  ଦମୟନ୍ତୀ ବେନ୍ ମୋଦି ଦିଲ୍ଳୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ପୁଲିସ୍ ଷ୍ଟେସନରେ ଅଭିଯୋଗ ଲେଖାଇଛନ୍ତି। ସେପଟେ ରିପୋର୍ଟରେ ଉଲ୍ଲେଖ କରି ଦମୟନ୍ତୀ ଲେଖିଛନ୍ତି, ଯେ ତାଙ୍କ ପର୍ସରେ ୫୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଥିଲା। ଏହାବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ମଧ୍ୟ ସେହି ପର୍ସରେ ଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଙ୍କର ଝିଅ ହେଉଛନ୍ତି ଦମୟନ୍ତୀ ବେନ୍ ମୋଦି। ଘଟଣାରୁ ସୁଚନା ମିଳିଛିଯେ-ଆଜି ସକାଳେ ଅମୃତତସରରୁ ଦିଲ୍ଲୀ ଫେରିବା ପରେ ଗୁଜୁରାଟୀ ସମାଜ ଭବନ ସାମ୍ନାରେ ଏକ ରୁମ୍ ବୁକ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦି। ଆଉ ସେହି ରୁମ୍ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଏକ ଲୁଟେରା ବାଇକରେ ଆସି ତାଙ୍କ ହାତରୁ ପର୍ସ ଝାମ୍ପିନେଇ ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.