Home କୋରାପୁଟ ୫କିମି ଭାରରେ ବୁହା ହେଲେ ଡାଇରିଆ ରୋଗୀ

୫କିମି ଭାରରେ ବୁହା ହେଲେ ଡାଇରିଆ ରୋଗୀ

79

କୋରାପୁଟ;ତା୦୨-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଗାଁକୁ ସବୁ ଦିନିଆ ପକ୍କା ରାସ୍ତା ନଥିବାରୁ ଜଣେ ଡାଇରିଆ ରୋଗୀଙ୍କୁ ୫ କିଲୋ ମିଟର ଭାରରେ ବୁହା ହେବା ପରେ ୧୦୮ ଆମ୍ବୁଲାନସରେ ହସ୍ପିଟାଲକୁ ନିଆ ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ ଡୁମ୍ବାଗୁଡା ପଂଚାୟତରେ । ଡୁମ୍ବାଗୁଡା ପଂଚାୟତ କାଳିଆମ୍ବ ଗ୍ରାମର ଦୁଶାସନ ବିଷୋୟୀଙ୍କୁ ଗୁରୁବାର ଅପରାନ୍ନରୁ ପ୍ରବଳ ଝାଡାବାନ୍ତି ହୋଇଥିଲା । ପରିବାର ଲୋକ ଦୁଶାସନଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ନିମନ୍ତେ ୧୦୮ ଆମ୍ବୁଲାନସ୍କୁ ଫୋନ୍ କରିଥିଲେ । ୧୦୮ ଆସିଥିଲା ହେଲେ ରାସ୍ତା କାଦୁଅ ପୋଚୋ ପୋଚ ହୋଇଥିବାରୁ କାଳିଆମ୍ବକୁ ଆମ୍ବୁଲାନସ୍ ଯାଇ ପାରିନଥିଲା । ଡୁମ୍ବାଗୁଡା ହାଟପଦାରେ ୧୦୮ ଅଟକି ରହି ରୋଗୀକୁ ଅପେକ୍ଷା କରି ରହିଲା । କାଳିଆମ୍ବ ଗ୍ରାମବାସୀ ଦୁଶାସନକୁ ୫ କିଲୋମିଟର ବାଟ କାଉଡିରେ ବୋହି ଡୁମ୍ବାଗୁଡା ହାଟପଦା ଛକରେ ପହଂଚାଇବା ପରେ ଆମ୍ବୁଲାନସରେ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ରାସ୍ତା ଖରାପ ଆଳ ଦେଖାଇ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଅଂଚଳବାସୀଙ୍କୁ ଭୁଆଂ ବୁଲାଉଥିବାବେଳେ ଦିନେ ମଧ୍ୟ କୌଣସି କର୍ମଚାରୀ ଗାଁରେ ପାଦ ଥାପି ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଡୁମ୍ାଗୁଡା ଛକରୁ କାଳିଆମ୍ବ ଦେଇ ଫୁଣ୍ଡାଗୁଡା,ଭାଟିସିଲ୍,ମରିଚଗୁଡା, ଡକ୍ରିବେଡାକୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ସାମିଲ୍ କରି ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.