Home ଓଡ଼ିଶା ୪ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ

୪ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ

109

କଟକ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ୧୨ ଘଣ୍ଟିଆ ବନ୍ଦ କଟକ ସହର । ୪ ଦଫା ଦାବି ନେଇ ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା ସମିତି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ସ୍କୁଲ, କଲେଜ ଓ ଦୋକାନ ବଜାରକୁ ବନ୍ଦ ରଖିଛନ୍ତି । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

https://odiapua.com/18th-september-horoscope/

କଟକ ସହରରେ ଥିବା ସରକାରୀ ଅଫିସ୍‌କୁ ଭୁବନେଶ୍ୱରକୁ ସ୍ଥାନାନ୍ତରୀକରଣକୁ ବିରୋଧ, ବିଭିନ୍ନ ସ୍ଥାନରେ ଖାଲଖମାକୁ ମରାମତି କରିବା, ଉଠା ଦୋକାନୀଙ୍କୁ ଥଇଥାନ କରିବା ଏବଂ ମୋଟର୍‌ ଭେଇକିଲ୍‌ ଆଇନ୍‌କୁ ୬ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ଦାବି କରାଯାଇଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ସ୍କୁଲ, କଲେଜ ଓ ଦୋକାନ ବଜାରକୁ ବନ୍ଦ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.