Home ଓଡ଼ିଶା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

747

ଭୁବନେଶ୍ଵର,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ବର୍ଷା । ୮ତାରିଖ ପୂର୍ବାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ବର୍ଷା କମିବା ସହ କେତେକ ସ୍ଥାନରେ କୋହଲା ପାଗ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ତେବେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ଆସନ୍ତା ୧୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଗଞ୍ଜାମ, ପୁରୀ, ଖୋର୍ଧା, ଜଗସିଂହପୁର, କଟକ, ବଲାଙ୍ଗୀର, ନୂଆପଡ଼ା, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ଗୋଟିଏ ଦୁଇଟି ସ୍ଥାନରେ ଶହେ ମିମିରୁ ବି ଅଧିକ ବର୍ଷା ହୋଇପାରେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.