Home ଓଡ଼ିଶା ୨୪ ଘଣ୍ଟାରେ ୪୯ ପଜିଟିଭି ଚିହ୍ନଟ, ୧୮୫ଟି ଏକ୍ଟିଭ କେସ

୨୪ ଘଣ୍ଟାରେ ୪୯ ପଜିଟିଭି ଚିହ୍ନଟ, ୧୮୫ଟି ଏକ୍ଟିଭ କେସ

133

ମାଲକାନଗିରି, ୧୬ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାବୃଦ୍ଧି ପାଇଚାଲିଛି। ୨୪ଘଟାଂରେ ୨ଜଣ କୋଭିଡ ଯୋଦ୍ଧାଙ୍କ ସହ ୪୯ଜଣ କରୋନା ପଡିଟିଭି ଚିହ୍ନଟ ହୋଇଥିବା ବେଳେ ୧ ୮୫ ଟି ଏକ୍ଟଭି କେସ ରହିଛି। ମାଲକାନଗିରି ପୌରପରିଷଦ ଅଚଂଳରୁ ୨୦ ଜଣ, ବାଲିମେଳା ଏନଏସି ଅଚଂଳରୁ ୫ ଜଣ, ମାଥିଲି ବ୍ଲକ ଅଚଂଳରୁ ୩ ଜଣ, ମାଲକାନଗିରି ବ୍ଲକ ଅଚଂଳରୁ ୫ ଜଣ, କାଲିମେଳା ବ୍ଲକ ଅଚଂଳରୁ ୯ ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୪ ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସମସ୍ତ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ, ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା। ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୭ର ପହଁଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୬୪୫ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି, ୧୮୫ ଟି ଆକ୍ଟିଭ କେସ ରହିଥିବା ବେଳେ ଜିଲ୍ଲାରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାର୍ଡି କର୍ମୀମାନେ ତାହାର ଜାଞ୍ଚ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା, କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି। ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ ନିୟମ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ଜନସଚେତନତା ସହିତ ମାସ୍କ ଜାଚଂ କୁ ଜୋରଦାର କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.