Home Top News ଉତ୍ତରାଖଣ୍ଡ : କ୍ୟାବିନେଟରୁ ବରଖାସ୍ତ ହେଲେ ବିଜେପି ମନ୍ତ୍ରୀ – ଦଳ ବିରୋଧୀ ବିବୃତ୍ତି ଉପରେ...

ଉତ୍ତରାଖଣ୍ଡ : କ୍ୟାବିନେଟରୁ ବରଖାସ୍ତ ହେଲେ ବିଜେପି ମନ୍ତ୍ରୀ – ଦଳ ବିରୋଧୀ ବିବୃତ୍ତି ଉପରେ ପଦକ୍ଷେପ

65

ନୂଆ ଦିଲ୍ଲୀ ୧୬-୧ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତଙ୍କୁ ଦଳ ବିରୋଧୀ ବିବୃତ୍ତି ପାଇଁ କ୍ୟାବିନେଟରୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି।

ସୂଚନାଯୋଗ୍ୟଯେ, ନିର୍ବାଚନ ତାରିଖ ଘୋଷଣା ପରେ ଦୁଇଟି ଟିକେଟ୍ କୁ ନେଇ ନେତାଙ୍କ ଅସନ୍ତୋଷ କାରଣରୁ ଦଳ ବିରୋଧି ବିବୃତ୍ତି ଦେବା ପାଇଁ ହରକ ସିଂ ରାୱତଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ନିଷ୍ପତ୍ତି ନେଇଛନ୍ତି।

ବାସ୍ତବରେ ହରକ ସିଂ ରାୱତ ମଧ୍ୟ ମୂଳ ଗୋଷ୍ଠୀର ବୈଠକରେ ଯୋଗ ଦେଇନଥିଲେ। ହରକ ସିଂଙ୍କ ଅସନ୍ତୋଷ ଦୁଇଟି ଟିକେଟ୍ ନ ମିଳିବାରୁ ହୋଇଥିଲା।

ସେ ତାଙ୍କ ପୁତ୍ର ବଧୂ ପାଇଁ ମଧ୍ୟ ଏକ ଟିକେଟ ପାଇଁ ଲବି କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.