Home ଜାତୀୟ ୨୧ରେ ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ

୨୧ରେ ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ

605

ନୂଆଦିଲ୍ଲୀ,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ କେ. ଶିବନ୍‌ । ଭୁବନେଶ୍ୱର ଆଇଆଇଟିର ୮ମ କନଭୋକେସନ ଉତ୍ସବରେ ଯୋଗଦେବା ପାଇଁ ଇସ୍ରୋ ମୁଖ୍ୟ କେ. ଶିବନ ଆସୁଥିବା ସୂଚନା ମିଳିଛି । ତେବେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଭୁବନେଶ୍ୱର ଆଇଆଇଟିର କନଭୋକେସନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ମିଳିଥିବା ସୂଚନାନୁଯାୟୀ ଏହି କନଭୋକେସନ୍ ଅବସରରେ କେ. ଶିବନ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରାୟାନ-୨ର ମୁନ୍ ମିଶନ୍ ସମ୍ପର୍କରେ ସମ୍ୟକ୍ ଅନୁଭୂତି ବଖାଣିବେ । ଏଥିସହିତ ଭାରତର ଆଗାମୀ ସ୍ପେଶ୍ ପ୍ରୋଗାମ୍ ସମ୍ପର୍କରେ ଆଲୋଚନା କରିବେ । ତେବେ ତାଙ୍କଠାରୁ ଚନ୍ଦ୍ରାୟନ୍‌-2 ସମ୍ପର୍କରେ ଶୁଣିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.