Home Top News ୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ

୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ

40

ଓଡିଶାରୁ ଚାରିଜଣ-ଇନ୍ସିପେକ୍ଟର ଶ୍ରୀ ଆଶିଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ଶ୍ରୀମତୀ ସୁମିତ୍ରା ଜେନା

ନୂଆଦିଲ୍ଲୀ, ୧୨/୮ (ଓଡ଼ିଆ ପୁଅ) : ଅନୁସନ୍ଧାନରେ ଉତ୍କର୍ଷ ନିମନ୍ତେ-୨୦୨୨ ବର୍ଷ ପାଇଁ ୧୫୧ଜଣ ପୁଲିସ କର୍ମଚାରୀଙ୍କୁ (ତାଲିକା ସଂଲଗ୍ନ) କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଛି। ଅପରାଧ ଅନୁସନ୍ଧାନରେ ପେଶାଗତ ଉତ୍କର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା।

ପଦକ ପାଇଥିବା କର୍ମଚାରୀଙ୍କ ମଧ୍ୟରେ ୧୫ଜଣ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୋଇଥିବାବେଳେ ମହାରାଷ୍ଟ୍ର ପୁଲିସରୁ ଏଗାର ଜଣ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ପୁଲିସରୁ ୧୦ଜଣ ଲେଖାଏଁ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପୁଲିସରୁ ଆଠଜଣ ଲେଖାଏଁ ଓ ଅନ୍ୟମାନେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଓ ସଂଗଠନରୁ ଅଟନ୍ତି। ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ପୁଲିସ ଅଧିକାରୀ ଅଛନ୍ତି।

ଓଡିଶାରୁ ଦୁଇଜଣ ମହିଳା ପୁଲିସ ଅଧିକାରୀଙ୍କ ସମେତ ମୋଟ ଚାରିଜଣ ଏହି ପଦକ ପାଇଛନ୍ତି। ସେମାନେ ହେଲେ ଇନ୍ସିପେକ୍ଟର ଶ୍ରୀ ଆଶୀଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ଶ୍ରୀ ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ଶ୍ରୀମତୀ ସୁମିତ୍ରା ଜେନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.