Home ଓଡ଼ିଶା ୧୩ ରେ କୋରାପୁଟ ବିଏସଏଫ ଦ୍ୱାରା ମିନି ମାରାଥନ

୧୩ ରେ କୋରାପୁଟ ବିଏସଏଫ ଦ୍ୱାରା ମିନି ମାରାଥନ

41

କୋରାପୁଟ ୦୮-୦୮(ଓଡିଆ ପୁଅ/ ରଞ୍ଜନ ଦାସ ) ସ୍ୱାଧୀନତା ଦିବସର ୭୫ବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ବିଏସଏଫ ଦ୍ବାରା ଆସନ୍ତା ୧୩ ତାରିଖରେ କୋରାପୁଟରେ ମହିଳା ଏବଂ ଛାତ୍ରଙ୍କ ସମେତ ସୁରକ୍ଷା ବାହିନୀ କର୍ମଚାରୀ ନିମନ୍ତେ ପାଇଁ ୧୦ କିଲୋମିଟର ମିନି ମାରାଥନ ଆୟୋଜନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ପାଇଁ ୫ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ପାଇଁ ୩ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି।ବହୁ ସଂଖ୍ୟାରେ ମିନି ମାରାଥନରେ ଯୋଗ ଦେଇ ଆଜାଦି କା ଅମ୍ରିତ ମହୋତ୍ସବକୁ ସଫଳ କରିବାକୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.