Home ଓଡ଼ିଶା ୧୦ ବର୍ଷ ହେଲା ଗୋଟିଏ ଯାଗାରେ! ସରକାରୀ ନିୟମର ଉର୍ଦ୍ଧ୍ୱରେ, ତଦନ୍ତ କରିବା ନେଇ ଦୃଢ...

୧୦ ବର୍ଷ ହେଲା ଗୋଟିଏ ଯାଗାରେ! ସରକାରୀ ନିୟମର ଉର୍ଦ୍ଧ୍ୱରେ, ତଦନ୍ତ କରିବା ନେଇ ଦୃଢ ଦାବି

119

ଟିଟିଲାଗଡ଼ ୨୨-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଜଣେ ହିସାବ ନିରୀକ୍ଷକ ଭାବେ ଦାଇତ୍ୱରେ ଥିବା ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ଥିବା ଜଣେ କର୍ମଚାରୀ ଡେପୁଟେସନରେ ବଲାଙ୍ଗୀର ଜିଲ୍ଲାକୁ ଆସି ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ମୁନିସିପାଲଟି ଅଧିକାରୀ ଭାବେ ଦାୟିତ୍ୱରେ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ ଏହି ବଲାଙ୍ଗୀର ଜିଲ୍ଲାରେ ୧୦ ବର୍ଷ ହେଲା ରହିବା ଓ ବିଭିନ୍ନ ପ୍ରକାର ଦୁର୍ନୀତି ନେଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଜନସେବା ସଙ୍ଘ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ମୁନିସିପାଲଟି ନିର୍ବାହୀ ଅଧିକାରୀ ଦାଇତ୍ୱରେ ରହିଥିବା ସନ୍ତୋଷ ବେହେରା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ କେବଳ କାଗଜ ପତ୍ରରେ ସାରିବା ଓ ପି.ସି କାରବାର କରିବାକୁ ନେଇ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ କ୍ରମେ କାର୍ଯ୍ୟ ରୁ ଅନ୍ତର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରାଯାଇଥିଲା। ହେଲେ ପୁନଃ ଦାଇତ୍ୱରେ ରହିବା ଓ ପୂର୍ବବତ ରାଜନୈତିକ ଚାପ ପ୍ରୟୋଗ କରି ଏହି ଟିଟିଲାଗଡ଼ ପୌରପରିଷଦ ଅଧିକାରୀ ଭାବେ କିପରି ଅଛନ୍ତି ସେ ନେଇ ଆଲୋଚନା ହେଉଛି। ଏ ଦିଗରେ ତୁରନ୍ତ ଉଚ୍ଚ ବିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବା ନେଇ ଜିଲ୍ଲା ଜନସେବା ସଂଘ ଦୃଢ଼ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.