Home Top News ହ୍ୟୁମାନ ସାଗର ନିର୍ଯ୍ୟାତନା ମାମଲା : ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ହ୍ୟୁମାନ ସାଗର ନିର୍ଯ୍ୟାତନା ମାମଲା : ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

120

କଟକ : ୧୯/୧ (ଓଡ଼ିଆ ପୁଅ/ ଅଭୟ ଜେନା) ଓଲିଉଡ଼ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ ବିଭିନ୍ନ ନିର୍ଯାତନା ଦେଉଥିବା ସମ୍ପର୍କରେ କଟକ ଡି ସି ପି ଙ୍କ ନିକଟରେ ଅଭିଯୋଗ କରିଥିଲେ। ହ୍ୟୁମାନ ଓ ତାଙ୍କ ପତ୍ନୀଙ୍କୁ ଡାକି ଉଭୟଙ୍କ ସହ ଆଲୋଚନା କରାଯିବ ବୋଲି ଡି ସି ପି କହିଥିଲେ। ତେବେ ପାରିବାରିକ ହିଂସା ଓ ପତ୍ନୀଙ୍କୁ ନିର୍ଯ୍ୟାତନା ମାମଲାକୁ ନେଇ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଏ ସମ୍ପର୍କ ରେ ମହିଳା ଥାନା ଅନୁଧ୍ୟାନ କରିବେ।

ଉଲ୍ଲେଖନୀୟ ଯେ, ହ୍ୟୁମାନ ଙ୍କ ପତ୍ନୀ ମଧ୍ୟ ଜଣେ କଣ୍ଠଶିଳ୍ପୀ ଓ ତାଙ୍କର ଗୋଟିଏ ସନ୍ତାନ ରହିଛି।ସେ ସ୍ୱାମୀଙ୍କ ବିରୋଧ ରେ ମଦ୍ୟପାନ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି।

ହ୍ୟୁମାନ ଏବଂ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ଏକ ରିଅଲିଟି ସୋରେ ଭାଗ ନେବା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ଉଭୟ ୨୦୧୭ ମସିହାରେ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.