Home ଓଡ଼ିଶା ହରିୟାଣାରେ ପାଚେରୀ ଭାଙ୍ଗି ୫ ମୃତ

ହରିୟାଣାରେ ପାଚେରୀ ଭାଙ୍ଗି ୫ ମୃତ

155

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ହରିୟାଣାରେ ଏକ ଅଘଟଣ ଘଟିଯାଇଛି । ପାଚେରୀ ଭାଙ୍ଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ହରିୟାଣାର ଅମ୍ବାଲାରେ ପାଚେରି ଭାଙ୍ଗି ୫ ମୃତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଶୁକ୍ରବାର ରାତିରେ ଅମ୍ବାଲା କ୍ୟାଣ୍ଟନ୍‌ମେଣ୍ଟ୍‌ରେ ପାଚେରି ଭାଙ୍ଗିପଡ଼ିବାରୁ ତିନି ଜଣ ପିଲାଙ୍କ ସମେତ ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଶୋଇଥିବା ଅବସ୍ଥାରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ରାଜପ୍ରାସାଦ ପଛପଟେ ସରକାର ନିର୍ମାଣ କରୁଥିବା ପାର୍କିଙ୍ଗ୍‌ ସ୍ଥଳ ଯୋଗୁଁ ହିଁ ପାଚେରି ଭାଙ୍ଗି ପଡ଼ିଥିବା କୁହାଯାଉଛି । ପାର୍କିଙ୍ଗ୍‌ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରାସାଦର ପାଚେରି ଦୁର୍ବଳ ହୋଇ ଶେଷରେ ଭାଙ୍ଗି ପଡ଼ିଥିଲା । ଆହତ ହୋଇଥିବା ବାଳିକାକୁ ଚଣ୍ଡିଗଡ଼ ପିଜିଆଇକୁ ପଠାଇ ଦିଆଯାଇଛି । ମୃତ ବ୍ୟକ୍ତିମାନେ ମଧ୍ୟରେ ଅଛନ୍ତି ୪୩ ବର୍ଷିୟ ତସ୍‌ଲିମ୍‌, ୨୨ ବର୍ଷିୟ ବାଲାସ୍ୱାମୀ, ୧୨ ବର୍ଷିୟ ଅମିତ, ୭ ବର୍ଷିୟ ସୁଜିତ ଏବଂ ୫ ବର୍ଷିୟ ବାବୁ। ହରିୟାଣା କ୍ୟାବିନେଟ୍‌ ମନ୍ତ୍ରୀ ଅନୀଲ ବିଜ ଘଟଣା ସଂକ୍ରାନ୍ତରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.