Home ଓଡ଼ିଶା ସଡ଼କ ଦୁର୍ଘଟଣାରେ ୩ ଆହତ

ସଡ଼କ ଦୁର୍ଘଟଣାରେ ୩ ଆହତ

979

ତିର୍ତ୍ତୋଲ୦୪/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ କଟକ – ପାରାଦ୍ୱିପ ରାସ୍ତା ବିଶ୍ୱନାଥ ପେଟ୍ରୋଲ ପମ୍ପ ସମୁଖରେ ସୋମବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ୩ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡ଼େ କଟକ ପାରାଦ୍ୱିପ ରାସ୍ତାରେ ୩ ଜଣ ଯୁବକ ଏକ ହିରୋ ମଟର ସାଇକେଲ ଓଡ଼ି ୨୧ ଏ‘୍ ୫୦୯୦ ଗାଡ଼ିରେ ପାରାଦ୍ୱପ ଅଭିମୁଖେ ଯାଉଥିଲେ। ଏହି ରାସ୍ତା ଦେଇ ତାଙ୍କ ପଛପଟୁ ଅଲଟୋ କାର ଓଡ଼ି ୦୫ ଏଚ୍ ୩୮୪୨ ଗାଡ଼ିଟି ମଧ୍ୟ ପାରାଦ୍ୱପ ଅଭିମୁଖେ ଯାଉଥିଲା। ବିଶ୍ୱନାଥ ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ମଟର ସାଇକେଲ ଚାଳକ ହଠାତ ରାସ୍ତାର ବାମପଟରୁ ଡ଼ାହାଣ ପଟକୁ ଯାଉଥିବାବେଳେ ଅଲଟୋ ଗାଡ଼ିଟି ମଟରସାଇକେଲକୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ବାଇକ୍ ରେ ଥିବା ୩ଜଣ ଯୁବକ ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକମାନଙ୍କୁ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଆହତ ବ୍ୟକ୍ତିଙ୍କ ଘର ଏହି ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ମୁଳଗାଁ ର ଜ୍ୟୋତି ରଞ୍ଜନ ଭୋଇ, ଜଗନ୍ନାଥପୁର ପଞ୍ଚାୟତ ହାସିମ୍ ନଗରର ଶ୍ରୀକାନ୍ତ ଦାସ, ଓ ଏରସମା ଥାନା ପଦ୍ମପୁରର ଗୁରୁପଦ ଗାଉଁଣିଆ ବୋଲି ସୂଚନା ମିଳିଛି। ତିର୍ତ୍ତୋଲ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଦୁଇଟିକୁ ଜବତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.