Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା – ୨୦୨୧

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା – ୨୦୨୧

39

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା – ୨୦୨୧ କାର୍ଯ୍ୟକ୍ରମ ଗତ ୧୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରକ୍ରିୟା ମଧ୍ୟରେ ୨୮ ଓ ୨୯, ଡିସେମ୍ବର ୫ ଓ ୬ ତାରିଖ ୪ ଦିନ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବରେ ଗ୍ରହଣ କରାଯାଇଛି । ଉକ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ମୋଟ ୧୨୯୨ ଗୋଟି ବୁଥ୍‌ରେ ୧୨୯୨ ଜଣ ବୁଥ୍ ଲେବଲ ଅଫିସର ଏବଂ ୧୨୩ଜଣ ସୁପରଭାଇଜିଂ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତ ଦିଆଯାଇଛି । ସ୍ୱତନ୍ତ୍ର ଅଭିଯାନ ଦିବସକୁ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲାରେ ଥିବା ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ପଞ୍ଚାୟତ ସମିତି ଅଧିକାରୀ ତଥା ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ଅର୍ପଣ କରାଯାଇଛି । ପୁନଶ୍ଚ ଜିଲ୍ଲା ନିର୍ବାଚନ ଅଧିକାରୀ, ଭଦ୍ରକଙ୍କ ତରଫରୁ ୭ଜଣ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଆଜିର ସ୍ୱତନ୍ତ୍ର ଅଭିଯାନ ଦିବସରେ ମୋଟ ୪୯୯୦ଟି ଫର୍ମ ଗ୍ରହଣ କରାଯାଇଛି । ସେଥି ମଧ୍ୟରୁ ଫର୍ମ ନଂ ୬ ହେଉଛି ୩୩୭୪ ଓ ଫର୍ମ ନଂ ୭ ଗ୍ରହଣ ହୋଇଛି ୯୬୫ଟି, ଫର୍ମ ନଂ ୮ ଗ୍ରହଣ ହୋଇଛି ୬୫୧ଟି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.