Home ଓଡ଼ିଶା ସୁରେଶ ପୂଜାରୀ ଲୋକସଭାରେ ବିଜେପିର ସଚେତକ

ସୁରେଶ ପୂଜାରୀ ଲୋକସଭାରେ ବିଜେପିର ସଚେତକ

1035

ସମ୍ବଲପୁର, ୧୨ ଜୁନ୍ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି ତା’ର ସଂସଦୀୟ ଦଳ କାର୍ଯ୍ୟକାରିଣୀର ଗଠନ କରିଛି। ଏତଦ୍ ଅନୁସାରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଲୋକସଭାରେ ବିଜେପିର ଅନ୍ୟତମ ସଚେତକ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଓଡ଼ିଶା, ମଣିପୁର ଏବଂ ତେଲେଙ୍ଗାନା ଆଦି ତିନୋଟି ରାଜ୍ୟର ସଚେତକ ଦାୟିତ୍ୱ ତୁଲାଇବେ। ଏହା ଘୋଷିତ ହେବା ପରେ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନନ୍ଦ ପ୍ରକାଶ ପାଇଛି। ସୁରେଶ ପୂଜାରୀଙ୍କ ଭଳି ଜଣେ ଯୋଗ୍ୟ ରାଜନେତାଙ୍କୁ କୌଣସି ଗୁରୁଦାୟିତ୍ୱ ଦିଆଯିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଭାଜପା ଜାତୀୟ ସମ୍ପାଦକ ପଦରେ ଥିବା ବରଗଡ଼ ସାଂସଦ ସୁରେଶ ପୂଜାରୀ ପୂର୍ବରୁ ତ୍ରିପୁରା ଏବଂ ପରେ ପଶ୍ଚିମବଙ୍ଗରେ ଭାଜପାର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଛନ୍ତି। ସଂସଦୀୟ କାର୍ଯ୍ୟନିର୍ବାହୀ କମିଟୀକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଲୋକସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବରେ ନିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବରେ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.