Home ଜିଲ୍ଲା ପରିକ୍ରମା ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲାଯିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତି

ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲାଯିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତି

18

ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲାର ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲାର ବଭିନ୍ନ ମନ୍ଦିରକୁ ଦର୍ଶନ ନିମନ୍ତେ ବଭିନ୍ନ ଜାଗାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାକୁ ବାଧ୍ୟ କରାଯିବ ନାହିଁ। ମାତ୍ର କରୋନା ସଂକ୍ରମଣ ନିୟନ୍ତ୍ରଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।

କିନ୍ତୁ ମନ୍ଦିରକୁ ଆସୁଥିବା ଭକ୍ତ ମାନେ ସାନିଟାଇଜେସନ୍‌, ସାମାଜିକ ଦୁରତା ଅବଲମ୍ବନ କରିବା, ମାସ୍କ ପରିଧାନ ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ପରାମର୍ଶ ଦେବା ସହିତ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର କର୍ତୁପକ୍ଷଙ୍କ ଜଣାଇଛନ୍ତି। ମାତ୍ର ମନ୍ଦିର ମଧ୍ୟରେ କୌଣସି ପ୍ରକାର ପୂଜାର୍ଚନା, ଭୋଗ ସାମଗ୍ରୀ ନେବାକୁ ବାରଣ କରାଯାଇ କେବଳ ମନ୍ଦିରରେ ଦେବାଦେବୀ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ମନ୍ଦିର ଗୁଡିକରେ ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କିନିଂ କରାଯିବାକୁ ନିଷ୍ପତି ନିଆଯାଇଛି। ଜିଲ୍ଲାର ସମସ୍ତ ମନ୍ଦିର ସକାଳ ୭ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସ୍ଥିର କରାଯାଇଛି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ନରୋତମ ବେହେରା, ବରିଷ୍ଠ ସମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ରଥ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଶେଷରେ ଦେବତର ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.