Home ଜିଲ୍ଲା ପରିକ୍ରମା ସର୍ତ୍ତାନାଳ ସେତୁ ଶିଳାନ୍ୟାସ

ସର୍ତ୍ତାନାଳ ସେତୁ ଶିଳାନ୍ୟାସ

14

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ସର୍ତ୍ତାନାଳ ସେତୁର ଶିଳାନ୍ୟାସ ଆଜି କରାଯାଇଛି । ଭଦ୍ରକ ପୁର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ସେତୁର ଶିଳାନ୍ୟାସ ସାଂସଦ ମଞ୍ଜୁଲତା ମଣ୍ଡଳ କରିଥିଲେ । ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ମାଳଦା ସରପଞ୍ଚ ରିତାଞ୍ଜଳୀ ସାମଲ, ରହଣିଆ ସରପଞ୍ଚ ଅଲିଭା ନାୟକ, ସମିତି ସଭ୍ୟ ମୋହନ ରାୟ, ପୂର୍ବତନ ସମିତି ସଭ୍ୟ ବ୍ରହ୍ମାନନ୍ଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ପାଇଁ ଏହି ସେତୁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ସର୍ତ୍ତାନାଳ ସେତୁ ସମେତ ଏହି ରାସ୍ତାରେ ମୋଟ ଆଠଗୋଟି ସେତୁ ନିର୍ମାଣ ସହ ୧୬ ନଂ ଜାତୀୟ ରାଜପଥର ତୁଲସୀପୁର ଠାରୁ ସରସଦା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପାଞ୍ଚକୋଟି ଟଙ୍କା ଖର୍ଚ୍ଚ ହେବ ବୋଳି ବିଭାଗୀୟ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ସଭାରେ ସୂଚନା ଦେଇଥିଲେ । ଆଗାମୀ ୯ ମାସ ମଧ୍ୟରେ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଫୁଲ୍ଲ ନାୟକ ଧନ୍ୟବାଦ ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୪ ମସିହାରେ ଦୁଇକୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତୁଳସୀପୁର ଠାରୁ ସରସଦା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତା ଅଧାପନ୍ତରିଆ ଭାବେ ନିର୍ମାଣ କରାଯାଇଥିଲା । ଫଳରେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ୨୦୧୭ ମସିହାରେ ବିଭାଗ ପକ୍ଷରୁ ସରସଦା ଠାରୁ ମଣିନାଥପୁର ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ୧୩,୬୦,୧୯,୭୩୧ଟଙ୍କା ବ୍ୟୟଅଟକଳରେ ହାତକୁ ନିଆଯାଇଥିଲା । ୨୦୧୮ ଜୁନରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟ ଏବେବି ଅଧୁରା ରହିଛି । ସେହିପରି ସର୍ତ୍ତାନାଳ ସେତୁ ଦ୍ୱାରା ବର୍ଷାଦିନେ ସାମାନ୍ୟ ବନ୍ୟାରେ ବୁଡିଯାଇ ଯୋଗଯୋଗ ବିଚ୍ଛିନ୍ନ ହେଉଥିବା ବେଳେ ଏବେ ଶିଳାନ୍ୟାସ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.