Home Top News ଶ୍ରୀକ୍ଷେତ୍ରର ପବିତ୍ର ଝୁଲଣ ଯାତ୍ରା

ଶ୍ରୀକ୍ଷେତ୍ରର ପବିତ୍ର ଝୁଲଣ ଯାତ୍ରା

108

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା। ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡ଼ି ଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକରେ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ। ମଠବାଡ଼ି ଗୁଡ଼ିକ ଜରି ଜମ୍ୱୁରା, ସୋଲ ଓ ବିଭିନ୍ନ ରଂଗୀନ କାଗଜରେ ଝୁଲଣ କୁଞ୍ଜ ନିର୍ମାଣ କରି ରାଧାକୃଷ୍ଣଙ୍କ ଦୋଳି ଖେଳର ଆୟୋଜନ କରାଯାଇଛି।

ସେହିପରି ଝୁଲଣ ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମଠବାଡ଼ି ଗୁଡ଼ିକରେ ଭଜନ, କିର୍ତ୍ତନ, ଓଡ଼ିଶୀ, ପାଲା, ନୃତ୍ୟ ସଂଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଅନ୍ୟପଟେ ଶ୍ରୀମନ୍ଦିରର ମୁକ୍ତିମଣ୍ତପ ନିକଟରେ ଝୁଲଣ କୁଞ୍ଜ ତିଆରି କରାଯାଇଥିବା ବେଳେ ସେଥିରେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ଝୁଲଣ ଉତ୍ସବ ପାଳନ କରାଯାଉଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅନେକ ଯାତ୍ରା ମାନଙ୍କ ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ। ଏହି ଝୁଲଣ ଯାତ୍ରା ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଶେଷ ହେବ।

ମହାପ୍ରଭୁ ଙ୍କ ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଗହଳି ଲାଗିଛି। ସେହିପରି ମଠବାଡ଼ି ଗୁଡ଼ିକରେ ସଂନ୍ଧ୍ୟାରେ ଝୁଲଣ ଯାତ୍ରା ପାଳନ କରାଯାଉ ଥିବା ବେଳେ ମଠ ଗୁଡ଼ିକ ଆକର୍ଷଣୀୟ ଢଙ୍ଗ ସଜାଯାଇଛି। ଭଜନ କୀର୍ତ୍ତନ ରେ ଶ୍ରୀକ୍ଷେତ୍ର ର ପରିବେଶ ଭକ୍ତ ମୟ ହୋଇ ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.