Home ଜିଲ୍ଲା ପରିକ୍ରମା ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି

ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି

61

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି। ଗତ ସୋମବାରଦିନ ଥିଲା ଶ୍ରାବଣ ମାସର ଶେଷ ସୋମବାର। ଏହି ଅବସରରେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ବୋଲବମ ଭକ୍ତ ଜଳଲାଗି କରିଥିଲେ। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ ମଧ୍ୟ କରିଥିଲେ। ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପାଗ ଅନୁକୂଳ ଥିବାରୁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରବିବାର ରାତିରୁ ହିଁ ଶ୍ରାବଣ ଶେଷ ସୋମବାରରେ ଜଳଲାଗି ପାଇଁ ସମଗ୍ର ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରବିବାର ରାତ୍ରରୁ ଶ୍ରୀଲୋକନାଥଙ୍କ ମନ୍ଦିର ଖୋଲିବା ପରେ ମଙ୍ଗଳଆଳତି ଅବକାଶ ପରେ ଆରମ୍ଭ ହୋଇଥିଲା ଜଳଲାଗି। ପ୍ରଶାସନ ପକ୍ଷରୁ ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ହୋଇଥିଲା ବ୍ୟବସ୍ଥା। ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ଵାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି କରିବା ପରେ ବଉଳ ଦ୍ଵାର ଦେଇ ପ୍ରସ୍ତାନ କରିଥିଲେ। ଏଥିପାଇଁ ପୁରୀ ପ୍ରଶାସନ, ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତ ନିଯୋଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ମୁଖ୍ୟ ଦ୍ଵାର ଦେଇ ପଟେ ପ୍ରବେଶ କରି ଦର୍ଶନ କରିଥିଲେ। ଅନ୍ୟପଟେ ଶ୍ରାବଣ ଶେଷ ସୋମବାରରେ ଲୋକନାଥଙ୍କ ମନ୍ଦିରରେ ହଜାର ହଜାର କାଉଡିଆଙ୍କ ଭିଡ଼ ଜମିଥିବା ବେଳେ ବେଶ ଶୃଙ୍ଖଳିତ ଭାବେ କାଉଡିଆ ମାନେ ଧାଡିରେ ଯାଇ ଜଳଲାଗି କରିଥିଲେ।

ଦୀର୍ଘ ୨ ବର୍ଷ ପରେ ଜଳଲାଗି ପାଇଁ ଭକ୍ତ ଓ ଭଗବାନଙ୍କର ମିଳନ ହୋଇଥିଲେ ମଧ୍ୟ ପୁନର୍ବାର କରୋନା ସଂକ୍ରମଣ ଭୟରେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଆଶାନୁଯାଇ କାଉଡିଆଙ୍କୁ ଦେଖିବାକୁ ମିଳିନଥିଲା। ଅନ୍ୟ ସୋମବାରରେ କାଉଡିଆଙ୍କ ଯେତିକି ଭିଡ଼ ଦେଖାଯାଇଥିଲା ଶେଷ ସୋମବାରରେ ତାଠାରୁ କମ କାଉଡିଆ ଜଳଲାଗି କରିଥିବା ପରିଲକ୍ଷିତ ହୋଇଥିଲା। ଶ୍ରାବଣ ମାସ ସୋମବାରରେ ଶୈବପୀଠରେ ଜଳଲାଗି କଲେ ସକଳ ଦୁରାରୋଗ୍ୟ ଦୂର ହେବା ସହ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ଶେଷ ପାଳିରେ ଜଳଲାଗି ପାଇଁ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କାଉଡ଼ିଆମାନେ ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି କରିଛନ୍ତି। ବୋଲବମ୍ ହର ହର ବମ୍, ଭୋଲେ ବାବା ପାର କରେଗା, ଡମ୍ବରୁଧାରୀ ପାର କରେଗା, ତ୍ରିଶୂଳଧାରୀ ପାର କରେଗା ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀଲୋକନାଥଙ୍କ ପୀଠ। ବୋଲବମ୍ ଭକ୍ତଙ୍କ ଜଳଲାଗି ପାଇଁ ଟିକେଟ ମୂଲ୍ୟ ୨୦ ଟଙ୍କା ରହିଥିଲା। ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ତା ଗ୍ରହଣ କରାଯାଇଥିଲା।।

ଶ୍ରାବଣ ମାସର ଶେଷ ସୋମବାରରେ ବାବା ଲୋକନାଥଙ୍କ ନିକଟରେ ଜଳଲାଗି ପରେ କାଉଡିଆ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.