Home ଜିଲ୍ଲା ପରିକ୍ରମା ଶିଶୁ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ

ଶିଶୁ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ

33

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂପ୍ରତି ସମାଜରେ ଶିଶୁ ମାନଙ୍କ ସୁରକ୍ଷାକୁ ଲକ୍ଷ୍ୟ ରଖି ଜନମାନସରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶିଶୁ ସୁରକ୍ଷା ସଚେତନତା ରଥ ଜିଲ୍ଲା ବ୍ୟାପୀ ବୁଲିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଦ୍‌ଘାଟିତ ହୋଇ ଶୁଭାରମ୍ଭ କରିଛି । ଏହି ରଥକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୁବଜ ପତାକା ହଲାଇ ଉଦ୍‌ଘାଟନ କରିଥିଲେ । ଉକ୍ତ ରଥ ସହର ପରିକ୍ରମା କରିବା ସହିତ ୭ଟି ବ୍ଲକରେ ସଚେତନତା ସୃଷ୍ଟି କରିବ । ସମ୍ବେଦନଶୀଳ ଶିଶୁ ମାନଙ୍କୁ କିଭଳି ଶୋଷଣ, ନିର୍ଯାତନା ଏବଂ ବିପଦସଂକୁଳ ପରିସ୍ଥିତିରୁ ଉଦ୍ଧାର କରି ତୁରନ୍ତ ଥଇଥାନ କରି ହେବ ସେଥିପାଇଁ ସମସ୍ତେ ସଚେତନ ହେବା ଏହାର ଉଦ୍ଦେଶ୍ୟ । ଏତଦ୍ ବ୍ୟତୀତ ସଠିକ ଉପାୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଇଚ୍ଛୁକ ଦମ୍ପତି ଆଗେଇ ଆସିବା ଉଚିତ ।ଏହି ସଚେତନତା ରଥରେ ଶିଶୁ ମାନଙ୍କ ସୁରକ୍ଷା ଭିତ୍ତିକ ବିଭିନ୍ନ ସଚେତନତାଧର୍ମୀ ବାର୍ତ୍ତା ପ୍ରଚାର କରାଯାଇଥିଲା । ଶୀତ ଦିନେ ଖୋଲା ଆକାଶ ତଳେ କୌଣସି ଶିଶୁ ରହିବେ ନାହିଁ । ଯଦି କୌଣସି ଶିଶୁଙ୍କୁ ଖୋଲା ଆକାଶ ତଳେ ଥିବାର ଦେଖିବାକୁ ମିଳନ୍ତି ତେବେ ଯୋଗାଯୋଗ କଲେ ତୁରନ୍ତ ସେମାନଙ୍କୁ ଥଇଥାନ କରାଯିବାର ପଦକ୍ଷେପ ନିଆଯିବ । ଏହି ଅବସରରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ,ଶିଶୁ ସୁରକ୍ଷା ଶାଖାର ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ ଓ କର୍ମକର୍ତ୍ତାଙ୍କ ସମେତ ଶିଶୁ ଅନୁଷ୍ଠାନର ଅଶୋକ ଦାସ, ହୃଷିକେଶ ମହାନ୍ତି, ରିୟାଜ ଅହମ୍ମଦ, ଅରବିନ୍ଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.