Home ଓଡ଼ିଶା ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ –...

ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

133

ଗଞ୍ଜାମ ଜିଲ୍ଲା ମାରଦା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

– ୧୮୦୦ ଶତାବ୍ଦୀରେ ମୋଗଲ ସେନାର ଆକ୍ରମଣ ଭୟରେ ସେ ସମୟରେ ପୁରୀର ଗଜପତି ମହାରାଜା ପୂଜ୍ୟ ରାମଚନ୍ଦ୍ର ଦେବ ଭଗବାନଙ୍କୁ ଶ୍ରୀମନ୍ଦିରରୁ ଆଣି ଗଞ୍ଜାମ ଜିଲ୍ଲାର ମଥୁରା ଅଂଚଳରେ ସୁରକ୍ଷିତ ରଖିଥିଲେ
– ସମଗ୍ର ହିନ୍ଦୁ ସମାଜ, ଓଡିଆ ଲୋକ ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ପବିତ୍ର ତୀର୍ଥ କ୍ଷେତ୍ର
– ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେକରୁଛି
– ମନ୍ଦିରର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଂଚଳର ଗୁରୁଜନ ମାନଙ୍କୁ ଭେଟି ମନ୍ଦିର ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲେ

ପୋଲସରା/ଗଞ୍ଜାମ, ମାର୍ଚ୍ଚ ୧୯ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ପ୍ରସିଦ୍ଧ ଲୀଳାକ୍ଷେତ୍ର ଭାବେ ଜଣାଶୁଣା ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ମାରଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେକରୁଥିବା କହିବା ସହ କହିଛନ୍ତି, ସମଗ୍ର ହିନ୍ଦୁ ସମାଜ, ଓଡିଆ ଲୋକ ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ପବିତ୍ର ତୀର୍ଥ କ୍ଷେତ୍ର। ପବିତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଦରକାର। ୧୮୦୦ ଶତାବ୍ଦୀରେ ମୋଗଲ ସେନାର ଆକ୍ରମଣ ଭୟରେ ପୁରୀ ଶ୍ରୀମନ୍ଦିରର ସଂସ୍କାର ବାଧାପ୍ରାପ୍ତ ହେବା ଚିନ୍ତାରେ ସେ ସମୟରେ ପୁରୀର ଗଜପତି ମହାରାଜା ପୂଜ୍ୟ ରାମଚନ୍ଦ୍ର ଦେବ ଗଞ୍ଜାମ ଜିଲ୍ଲାର ମଥୁରା ଅଂଚଳରେ ଭଗବାନଙ୍କୁ ସୁରକ୍ଷିତ ରଖିଥିଲେ।

ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ମନ୍ଦିରର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଂଚଳର ଗୁରୁଜନ ମାନଙ୍କୁ ଭେଟି ମନ୍ଦିର ସହ ଜଡ଼ିତ ବିଭିନ୍ନ ବିଷୟରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ପବିତ୍ର ଶରଣ ଶ୍ରୀକ୍ଷେତ୍ରରେ ଜଗତର କଲ୍ୟାଣ ନିମନ୍ତେ ସେ ପ୍ରାର୍ଥନା କରିଥିଲୋ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.