Home ଓଡ଼ିଶା ଶବ ନେବାକୁ ସମ୍ପର୍କୀୟ ନଆସିବାରୁ ଶବ ସତ୍କାର କଲା ପୋଲିସ

ଶବ ନେବାକୁ ସମ୍ପର୍କୀୟ ନଆସିବାରୁ ଶବ ସତ୍କାର କଲା ପୋଲିସ

930

କୋରାପୁଟ ୧୪-୦୫-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ମୃତ ଦୁଇଜଣ ମାଓବାଦୀଙ୍କ ମୃତଦେହ ନେବାକୁ କେହି ସମ୍ପର୍କୀୟ ଆସି ନ ଥିବାରୁ ପୋଲିସ ଆଜି ପୂର୍ବାହ୍ନରେ ସେମାନଙ୍କ ଶବ ସକ୍ତାର କରିଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ନେହେରୁ ମାଝି, କୋରାପୁଟ ଏସଡିପିଓ ଟି.ଜଗନ୍ନାଥ ରେଡ୍ଡି, ଟାଉନଥାନା ଏସଆଇ ପି.କେ.ବେହେରାଙ୍କ ଉପସ୍ଥିତିରେ ପୋଲିସ ମୃତ ମାଓବାଦୀ ବିଦିକା ଲକ୍ଷ୍ମୀ ଓ ଜି.ସତିବାବୁ ଓରଫ ଦାସୁର ମୃତଦେହକୁ କୋରାପୁଟ ଶ୍ମଶାନରେ ପୋତି ଦେଇଛି। ୮ତାରିଖରେ ପାଡୁଆ ଥାନା କିତୁବା ଜଙ୍ଗଲରେ ଡିଭିଏଫ-ଏସଓଜି ଯବାନଙ୍କ ଗୁଳିରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ମୃତ ମାଓବାଦୀଙ୍କ ମଧ୍ୟରେ ଡିଭିଜନାଲ୍ କମିଟି ମେମ୍ବର ଭେଙ୍କେଟ କାମେଶ୍ୱରୀ ପାଲେପୁ ଓରଫ ସ୍ୱରୂପା, ଏରିଆ କମିଟି ମେମ୍ବର ଜି.ସତିବାବୁ ଓରଫ ଦାସୁ.ବିଦିକା ଲକ୍ଷ୍ମୀ, ଗୀତା ଓ ମିଲିସିଆ କ୍ରିଷ୍ନା ୱାଡେକା ଓରଫ ପ୍ରକାଶ ପ୍ରମୁଖ ରହିଥିଲେ। ୯ ତାରିଖରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରା ଯାଇଥିଲା। ୧୦ ତାରିଖ ଦିନ ମୃତ କାମେଶ୍ୱରୀଙ୍କ ଝିଅ ଏବଂ ଭଉଣୀ ଆନ୍ଧ୍ର ପ୍ରଦେଶ ସିଭିଲ ଲିବେରସନ କମିଟିର ସଦସ୍ୟ ମାନଙ୍କ ସହ କୋରାପୁଟରେ ପହଁଚି କାମେଶ୍ୱରୀଙ୍କ ଶବ ଆନ୍ଧ୍ର ପ୍ରଦେଶର ଇଷ୍ଟ ଗୋବରୀ ଜିଲା ସ୍ଥିତ ନିଜ ଗ୍ରାମକୁ ନେଇ ଯାଇଥିଲେ। ସେହିଦିନ ମୃତ ମାଓବାଦୀ ଏରିଆ କମିଟି ମେମ୍ବର ଗୀତାର ମୃତ ଦେହକୁ ମଧ୍ୟ ତାଙ୍କ ଭାଇ ଗୋଲୁରୀ ବାବୁରାଓ ପୋଲିସଠାରୁ ଗ୍ରହଣ କରି ନିଜ ଗାଁକୁ ନେଇଥିବାବେଳେ ମୃତ ମିଲିସିଆ କ୍ରିଷ୍ନା ୱାଡେକା ଓରଫ ପ୍ରକାଶର ଶବ ପତ୍ନୀ ଓ ଦୁଇପୁଅ କୋରାପୁଟ ପହଁଚି ପୋଲିସ ଠାରୁ ମୃତଦେହ ଗ୍ରହଣ କରି ନିଜ ଗାଁ ନାରାୟଣ ପାଟଣାକୁ ନେଇଥିଲେ। ହେଲେ ଏରିଆ କମିଟି ମେମ୍ବର ଜି.ସତିବାବୁ ଓ ବିଦିକା ଲକ୍ଷ୍ମୀର ମୃତଦେହ ନେବାକୁ କେହି ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ଆସିନଥିଲେ। ଶବ ବ୍ୟବଚ୍ଛେଦର ୭୨ ଘଂଟା ଯାଏ ପୋଲିସ ମୃତଦେହ ରଖିବାର ନିୟମ ରହିଛି ପରବର୍ତ୍ତୀ ସମୟରେ ମୃତକଙ୍କ ସମ୍ପର୍କୀୟ ଶବ ନେବାକୁ ନଆସିଲେ ପୋଲିସ ନିଜେ ଶେଷକୃତ୍ୟ ସମାପନ କରିବାର ବ୍ୟବସ୍ଥା ଅଛି। ତେଣୁ ସୋମବାର ସକାଳ ସୁଦ୍ଧା କେହି ଆସି ନ ଥିବାରୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋରାପୁଟ ଶ୍ମଶାନରେ ଉଭୟଙ୍କ ମରଶରୀରକୁ ପୋତି ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.