Home ଓଡ଼ିଶା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଟପ ମାଓବାଦୀ ଆହତ

ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଟପ ମାଓବାଦୀ ଆହତ

195

ଛତିଶଗଡ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ନିଜ ଫାଶରେ ନିଜେ ଫସିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବିଛାଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଟପ ମାଓବାଦୀ ଆହତ । ଘଟଣା ଘଟିଛି ଛତିସଗଡରେ ସୁକମା ଜିଲ୍ଲାର ନଗରଗୁଡା ଗାଁ ନକଟରେ । ଆହତ ମାଓବାଦୀକୁ ପୋଲିସ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ଦାନ୍ତେଓ୍ଵାଡା ମେଡିକାଲରେ ଭର୍ତ୍ତି କରିଛି । ଆହତ ମାଓବାଦୀ ହେଲେ ମାଡକାମ ହିଡମା । ତା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମାଲାଙ୍ଗୀର ଏରିୟା କମିଟିର ଜଣେ ସକ୍ରିୟ ସଦସ୍ୟ । ତା ନାଁରେ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି । ସୁକ୍‌ମା ଓ ଦାନ୍ତେଓ୍ଵାଡାରେ ସୁରକ୍ଷା କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ରହିଛି । ଗତକାଲି ରାତିରେ ୧୨ କିଲୋମିଟର ଜଙ୍ଗଲରେ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣ ହେବାରୁ ଆହତ ହୋଇଥିଲା ହିଡମା । ଏହାପରେ ୩୫ ଜଣ କନେଷ୍ଠବଳ ତାଙ୍କୁ ଉଦ୍ଧାର କରିଥିଲେ । ପରେ ୧୨ କିଲୋମିଟର ନଦୀ ପାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଦାନ୍ତେଓ୍ଵାଡା ଏସପି ଅବିଶେକ ପଲଭା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.