Home ଓଡ଼ିଶା ଖୋଲିଲା ଦୁଇ ହଜାର ବର୍ଷର ପୁରୁଣା କବର

ଖୋଲିଲା ଦୁଇ ହଜାର ବର୍ଷର ପୁରୁଣା କବର

840

ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ମିଶରର ଆଲେକ୍ଜାଣ୍ଡ୍ରିଆ ସହରରେ ଥିବା ନଅ ଫୁଟ ଗଭୀର ରହସ୍ୟମୟ ପଥରର କବରକୁ ଶେଷରେ ଖୋଲାଯାଇଛି । ଏହି କବରକୁ ନେଇ ପୂର୍ବରୁ ଅନେକ ପ୍ରକାର ଚେତାବନୀ ଦିଆଯାଇଥିଲା ଯେ ଏହା ଏକ ଅଭିଶପ୍ତ କବର ଅଟେ । ଯାହାକୁ ଖୋଲିବା ଦ୍ୱାରା ବହୁତ ସମସ୍ୟା ଉତ୍ପନ୍ନ ହୋଇପାରେ କିନ୍ତୁ ଏହଭଳି ଅନେକ ଚେତାବନୀକୁ ନଜରରେ ରଖି ଶେଷରେ ଏହି କବରକୁ ଖୋଳି ଦିଆଯାଇଛି । ୨୦୦୦ ବର୍ଷ ପୁରୁଣା ଏହି କବରରେ ଗବେଷକମାନଙ୍କୁ ସମ୍ପୂର୍ଣ ଭାବେ ସଢ଼ିଯାଇଥିବା ତିନୋଟି ମମ୍ମି ମିଳିଥିଲା । ଏହି ତିନୋଟି ମମ୍ମି କଳା ଗ୍ରାନାଇଟରେ ବନାଯାଇଥିବା କବର ମଧ୍ୟରେ ବହୁତ ଦୁର୍ଗନ୍ଧ ପାଣି ମଧ୍ୟରେ ଭାସୁଥିବାର ଦେଖାଯାଇଥିଲା । ଏହାକୁ ଆଲେକ୍ଜାଣ୍ଡ୍ରିଆ ସହରର ସବୁଠାରୁ ବଡ଼ ଆବିଷ୍କାର ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.