Home ଓଡ଼ିଶା ଲ୍ୟାଣ୍ଡର ବିକ୍ରମର ଇସରୋ ସହିତ ସଂପର୍କ କଟିଲା : ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ଜୀବନରେ...

ଲ୍ୟାଣ୍ଡର ବିକ୍ରମର ଇସରୋ ସହିତ ସଂପର୍କ କଟିଲା : ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ଜୀବନରେ ଉତ୍ଥାନ-ପତନ ଆସିଥାଏ

373

ଚାରି ମାସ ପୂର୍ବରୁ ଇସ୍ରାଏଲ ମଧ୍ୟ ନିଜର ମୁନ ମିଶନ ଲ୍ୟାଣ୍ଡର ୱେୟାରଶୀଟକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବାକୁ ଚେଷ୍ଟାକରିଥିଲା କିନ୍ତୁ ଏଥିରେ ସଫଳ ହୋଇପାରିନଥିଲା।

ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ଇସରୋ (ISRO) ର ଚନ୍ଦ୍ରଯାନ-୨ (Chandrayaan-2) ସହିତ ସଂପର୍କ କଟିଯାଇଛି। ଚନ୍ଦ୍ରଯାନ-୨ କୁ ଚନ୍ଦ୍ରପୃଷ୍ଠ ଉପରେ ‘ସଫ୍ଟ ଲ୍ୟାଣ୍ଡିଙ୍ଗ’ କରାଯିବାରଥିଲା କିନ୍ତୁ ଚନ୍ଦ୍ର ପୃଷ୍ଠରୁ ମାତ୍ର ୨.୧ କିଲୋମିଟର ପୂର୍ବରୁ ଇସ୍ରୋ ର ଚନ୍ଦ୍ରଯାନ ସହିତ ସଂପର୍କ କଟିଯିବା କାରଣରୁ କୌଣସି ମଧ୍ୟ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଙ୍ଗାଲୁରୁର ଇସରୋ ସେଣ୍ଟରରେ ଏହି ଐତିହାସିକ ସମୟକୁ ଦେଖିବା ପାଇଁ ଉପସ୍ଥିତ ଥିଲେ। ଏବଂ ତାଙ୍କ ସହିତ ୭୦ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଚନ୍ଦ୍ରଯାନ-୨ ସହିତ ସଂପର୍କ କଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଦେଖନ୍ତୁ ଜୀବନରେ ଉତ୍ଥାନ ପତନ ଆସିଥାଏ। ଏବଂ ଏହା କୌଣସି ଛୋଟ ଆଚିଭମେଣ୍ଟ ନୁହେଁ। ଦେଶ ଆପଣଙ୍କ ଉପରେ ଗର୍ବ କରୁଛି। ତଥାପି କମ୍ୟୁନିକେଶନ ଆରମ୍ଭ ହେବାକୁ ଏବେ ମଧ୍ୟ ଆଶା କରାଯାଉଛି। ମୋ ତରଫରୁ ବୈଜ୍ଞାନିକମାନଙ୍କୁ ବଧେଇ, ଆପଣ ଲୋକମାନଙ୍କର ବିଜ୍ଞାନ ଏବଂ ମାନବ ଜାତିର ବହୁତ ବଡ଼ ସେବା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ମୁଁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ସହିତ ଅଛି ଏବଂ ହିମ୍ମତ ରଖି ଆଗକୁ ଚାଲନ୍ତୁ।

ରାତ୍ରୀ ପ୍ରାୟତଃ ୧.୩୮ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଉପରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାର ଥିଲା। ସଫ୍ଟ ଲ୍ୟାଣ୍ଡିଂ ପରେ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ମ୍ୟାପିଂ ଆରମ୍ଭ କରିବାର ଥିଲା। ଯଦି ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠ ଉପରେ ସଫଳ ଲ୍ୟାଣ୍ଡିଙ୍ଗ କରିପାରିଥାନ୍ତା ତେବେ ସବୁଠାରୁ ପ୍ରଥମେ ଚନ୍ଦ୍ରପୃଷ୍ଠ ନିକଟର ଫଟୋ ଇସରୋ ସେଣ୍ଟରକୁ ପଠାଇପାରିଥାନ୍ତା।

ନ୍ୟାସନାଲ ଜିଓଗ୍ରାଫିକ ଭାରତର ତରଫରୁ ପଠା ଯାଇଥିବା ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡିଙ୍ଗର ଏକ୍ସକ୍ଲୂସିଭ ପ୍ରସାରଣ କରୁଥିଲା। ଏହା ବ୍ୟତୀତ ଇସରୋର ଆଧିକାରିକ ୱେବସାଇଟ ଉପରେ ମଧ୍ୟ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଙ୍ଗର ଲାଇବ ଷ୍ଟ୍ରିମିଙ୍ଗ କରାଯାଉଥିଲା। ଇସରୋର ୱେବସାଇଟ ବ୍ୟତୀତ ପ୍ରେସ ଇନ୍ଫରମେସନ ବ୍ୟୁରୋ (PIB) ମଧ୍ୟ ନିଜର YouTube ପେଜରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ଦେଖାଉଥିଲା।

ଚନ୍ଦ୍ରଯାନ-୨ର ଯଦି ‘ସଫ୍ଟ ଲ୍ୟାଣ୍ଡିଙ୍ଗ’ ହୋଇପାରିଥାନ୍ତା ତେବେ ଭାରତ ଦୁନିଆରେ ଏମିତି କରିପାରିଥିବା ପ୍ରଥମ ଦେଶ ହୋଇଥାନ୍ତା। ଋଷ, ଆମେରିକା ଏବଂ ଚୀନ ପରେ ଭାରତ ଏମିତି କରିପାରିଥିବା ଦୁନିଆର ଚତୁର୍ଥ ତଥା ଚନ୍ଦ୍ରପୃଷ୍ଠର ଦକ୍ଷୀଣ ଧ୍ରୁବ କ୍ଷେତ୍ରରେ ପହଁଚିପାରିଥିବା ଦୁନିଆର ପ୍ରଥମ ଦେଶ ବନିପାରିଥାନ୍ତା। ଚନ୍ଦ୍ରଯାନ-୨ ର ଅର୍ବିଟରର ଜୀବନକାଳ ଏକ ବର୍ଷ ବୋଲି କୁହାଯାଉଥିଲା। ଏହି ସମୟରେ ଏହା ଚନ୍ଦ୍ରମାର କ୍ରମାଗତଭାବେ ପରିକ୍ରମା କରି ପ୍ରତ୍ୟେକ ସୂଚନା ପୃଥ୍ଵୀ ପୃଷ୍ଠରେ ଉପସ୍ଥିତ ଇସ୍ରୋ ବୈଜ୍ଞାନିକମାନଙ୍କୁ ପଠାଇଥାନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.