Home ଆନ୍ତର୍ଜାତୀୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାଲିର ପୂର୍ବତନ ଗଭର୍ଣ୍ଣର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାଲିର ପୂର୍ବତନ ଗଭର୍ଣ୍ଣର

223

ଭୁବନେଶ୍ୱର ୬-୯ (ଓଡ଼ିଆ ପୁଅ) ଇଣ୍ଡୋନେସିଆ ବାଲିର ପୂର୍ବତନ ଗଭର୍ଣ୍ଣର Mr. I. Made Mangku Pastika ଅଜି ସଂଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ କଳିଙ୍ଗ ଓ ବାଲି ମଧ୍ୟରେ ଥିବା ସାଂସ୍କୃତିକ ସଂପର୍କକୁ ସୁଦୃଢ କରିବା ବିଷୟରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ Mr. Pastika ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ବିଜୁବାବୁଙ୍କ ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ – I Pastikaଙ୍କୁ ଏକ ରୂପା ତାରକସି ବୋଇତ ଓ ତାଙ୍କ ପତ୍ନୀଙ୍କୁ ସମ୍ବଲପୁରୀ IKTAT ଶାଢୀ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.