Home ଓଡ଼ିଶା ଲଗାଣ ବର୍ଷାରେ ଭାସି ଯାଇ ମହିଳା ମୃତ

ଲଗାଣ ବର୍ଷାରେ ଭାସି ଯାଇ ମହିଳା ମୃତ

88

ମାଲକାନଗିରି,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଗତ କିଛି ଦିନ ହେବ ଲଗାଣ ବର୍ଷାରେ ବେହାଲ ହୋଇଯାଇଛି ମାଲକାନଗିରି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତ ମୁଦୁଳିଗୁଡା ଗ୍ରାମରେ ହଠାତ ପାହାଡ଼ରୁ ମାଡି ଆସିଥିଲା । ଆଜି ମୁଦୁଲିଗୁଡା ଗ୍ରାମର ପୁରୁଷତି ଖିଲଙ୍କ ସ୍ତ୍ରୀ ଧନେଇ ଖିଲ (୩୫) ନାଳ ପାର ହେଉଥିବା ସମୟରେ ବର୍ଷା ପାଣିରେ ଭାଷି ଯାଇ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ସକାଳ ୧୦ ଟାରେ ଚାଷ ଜମିକୁ ଯାଉଥିଲେ । ଦିନ ଦିପହର ସମୟରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସେ ଘରକୁ ଫେରିନଥିଲେ । ତେବେ ତାଙ୍କ ସ୍ୱାମୀ ଓ ଗାଁ ଲୋକ ମିଶି ଖୋଜାଖୋଜା କରିଥିଲେ । ନିକଟସ୍ଥ ନାଳରେ ହଠାତ ବର୍ଷା ପାଣି ଆସିଥିବାରୁ ସେ ଭାଷି ଯିବାର ଜଣାପଡିଥିଲା । ତେବେ ବହୁତ ଖୋଜାଖୋଜା କରିବା ପରେ ଧନେଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.