Home ଜିଲ୍ଲା ପରିକ୍ରମା ରାସ୍ତା ବିପଦ ଶଙ୍କୁଳ, ନାହିଁ ସୂଚନା ଫଳକ

ରାସ୍ତା ବିପଦ ଶଙ୍କୁଳ, ନାହିଁ ସୂଚନା ଫଳକ

48

ନୟାଗଡ଼ ୨୪/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ ରାସ୍ତା ବିପଦ ଶଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ସୂଚନା ଫଳକ ନଥିବାରୁ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନୀ ହେଉଛି। ସେଭଳି ବିପଦ ଶଙ୍କୁଳ ରାସ୍ତା ଦେଖିବାକୁ ମିଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ରଣପୁର ଉପଖଣ୍ଡୀୟ ଅଧିନରେ ଥିବା କେରେଣ୍ଡାଟାଙ୍ଗୀ ଠାରୁ ମୟୁରଝାଲିଆ ରାସ୍ତା ବନ୍ଧପଲ୍ଲା ଗ୍ରାମ ନିକଟରେ। ଚଳିତ ଲଘୁଚାପ ଜନିତ ବର୍ଷାରେ ରାସ୍ତା କଡ଼ରେ ଥିବା ସୁରକ୍ଷା ପ୍ରାଚୀର ଭାଙ୍ଗି ପଡିଛି। ପ୍ରତିଦିନ ଏହି ରାସ୍ତା ଦେଇ ମାଙ୍କଡା ପଥର ବୁହା ଭାରିଯାନ ଠାରୁ ଆରମ୍ଭ କରି ଅନେକ ଭାରିଯାନ ଯାତାୟତ କରିଥାଏ। ବିପଦ ଶଙ୍କୁଳ ଅବସ୍ଥାରେ ଭାରିଯାନ ଯାତାୟତ କରୁଥିଲେ ମଧ୍ୟ ବିପଦ ଶଙ୍କୁଳ ରାସ୍ତା ନିକଟରେ ସୂଚନା ଫଳକ ନଥିବାରୁ ରାତ୍ରରେ ଯାନବାହନ ଯାତାୟତ ପାଇଛ ବିପଦ ସୃଷ୍ଟି କରୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରନ୍ତି।

ଏ ନେଇ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଅମ୍ବରିଶ୍ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ, ଭାଙ୍ଗି ପଡ଼ିଥିବା ସୁରକ୍ଷା ପ୍ରାଚୀର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଭିତରେ ନିର୍ମାଣ ହୋଇନଥିଲା। ଏହା ପୁର୍ବରୁ ପଞ୍ଚାୟତ ରାସ୍ତା ଥିବା ସମୟରେ ନିର୍ମାଣ ହୋଇଥିଲା। ସୁରକ୍ଷା ପ୍ରାଚୀର ଭାଙ୍ଗିବା ଘଟଣା ଆମ୍ଭେ ରିପୋର୍ଟ କରିଅଛୁ। ବିଭାଗୀୟ ଅନୁଦାନ ଆସିଲେ ପ୍ରାଚୀର ନିର୍ମାଣ କରାଯିବ। ସୂଚନା ଫଳକ ଲାଗିନାହିଁ। ଏବେ ସୂଚନା ଫଳକ ଲଗାଇବା ପାଇଁ ଆମ୍ଭେ ନିର୍ଦେଶ ଦେଉଅଛୁ। ଗ୍ରାମବାସୀ ଙ୍କ ଅଭିଯୋଗ ସୂଚନା ଫଳକ ନଲାଗିବା ଯୋଗୁଁ ଦୁର୍ଘଟଣା ଘଟିଲେ ବିଭାଗୀୟ ଅଧିକାରୀ ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.