Home ଅପରାଧ ରଣପୁର ଅବକାରୀ ଥାନା ଚଢାଉ ଜଣେ ଗିରଫ

ରଣପୁର ଅବକାରୀ ଥାନା ଚଢାଉ ଜଣେ ଗିରଫ

43

ନୟାଗଡ଼ ୨୪/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳରେ ହାତରନ୍ଧା ଚୋରା ଦେଶୀମଦ ରନ୍ଧା ଓ ବିକ୍ରୟ ବଢିବାରେ ଲାଗିଛି। ଯାହାଫଳରେ ସରକାରଙ୍କ ରାଜସ୍ୱ ହାନୀ ଘଟୁଛି। ନୟାଗଡ଼ ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ବାସନ୍ତି ପ୍ରଭା ମାଡାମ୍ ଙ୍କ ନିର୍ଦ୍ଦେଶରେ ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ଶୁଶାନ୍ତ କୁମାର ମହାପାତ୍ର ଚଢାଉକୁ ବ୍ୟାପକ କରିଛନ୍ତି। ଗତ ୨୩ ତାରିଖ ସଂନ୍ଧ୍ୟା ଓ ୨୪ ତାରିଖ ସକାଳ ଚଢାଉରେ ୧ ହଜାର ଲିଟରରୁ ଅଧିକ ମଦରନ୍ଧା ପାଇଁ ଥିବା ପୋଚ ନଷ୍ଟ କରିବା ସହ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ହେଲେ କୋଟଗଡ ଗ୍ରାମର ଲକ୍ଷ୍ମୀଧର ପରିଡ଼ା (୪୦)। ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢାଉରେ ଅତିରିକ୍ତ ଉପନିରୀକ୍ଷକ ସୁବାଷ ଚନ୍ଦ୍ର ସେଠି, କନେଷ୍ଟବଳ ମିତା ନାୟକ, ଲକ୍ଷ୍ମୀଧର ବେହେରା ଓ ପ୍ରଦୀପ୍ତ ନାୟକ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.