Home କୋରାପୁଟ ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ କୋରାପୁଟ ପ୍ରତିଯୋଗୀଙ୍କ ୩୧ଗୋଟି ପଦକ ହାସଲ

ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ କୋରାପୁଟ ପ୍ରତିଯୋଗୀଙ୍କ ୩୧ଗୋଟି ପଦକ ହାସଲ

85

କୋରାପୁଟ ୨୧-୦୮(ଓଡ଼ିଆ ପୁଅ/ରଞ୍ଜନ ଦାସ) ଓଡିଶା ଟାଏକୋଣ୍ଡୋ ଦ୍ବାରା ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ କୋରାପୁଟ ଟାଏକୋଣ୍ଡୋ ଏକାଡେମୀର ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସମୁଦାୟ ୩୧ଗୋଟି ପଦକ ହାସଲ କରି କୋରାପୁଟ ପାଇଁ ଗୌରବ ଆଣି ପାରିଛନ୍ତି। ମାଷ୍ଟର ରଞ୍ଜିତ କୁମାର ପାଣି ଓ ଶରତ କୁମାର ଦଳେଇଙ୍କ ତତ୍ବାବଧାନରେ ଶ୍ରୀୟଂଶୁ ପଟ୍ଟନାୟକ, ଅନ୍ନପୂର୍ଣ୍ଣା ପାଣି, ମାଧବୀ ପାଣି, ଅନିଶା ତ୍ରୀପାଠୀ, ବି. ଜେନିଥ ମର୍ସୀ, ବିଶ୍ୱଜିତ ଗେମେଲ, ଆର୍ଶୀବାଦ ବେହେରା, ଆଶିଷ ଷଡ଼ଙ୍ଗୀ, ଶ୍ରୀକ୍ଷେତ୍ର ବିଶ୍ଵାଳ, ରୁଦ୍ର ନାରାୟଣ ସେଠୀ, ଅଂଶୁମାନ ରଥ, ପ୍ରଜ୍ଞା ପରମିତା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ, ହରଷିତ ମାନୁ ଆୟାଲ, ନୃସିଂହ ନାରାୟଣ ସେଠୀ, ଆଦର୍ଶ ତ୍ରୀପାଠୀ, ବିକାଶ ପାତିକା ଓ କ୍ରିଷ୍ଣା ବେହେରା ସମୁଦାୟ ୧୮ ଜଣ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଫାଇଟ ଓ ପୁମ୍ସାଏ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ୧୪ ଗୋଟି ସ୍ବର୍ଣ୍ଣ ପଦକ, ୧୨ ଗୋଟି ରୌପ୍ୟ ପଦକ ଏବଂ ୫ ଗୋଟି କାଂସ୍ୟ ପଦକ ହାସଲ କରିଥିଲେ ବୋଲି ରଞ୍ଜିତ କୁମାର ପାଣି ସୂଚନା ଦେଇଛନ୍ତି। କୋରାପୁଟ ରେଳବାଇ ଷ୍ଟେସନରେ ଆଜି ପହଞ୍ଚିବା ପରେ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.