Home ଜିଲ୍ଲା ପରିକ୍ରମା ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ

ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ

63

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ): ସାରନଗରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲାା ଜଲଦାସ୍ଥିତ କାରମେଲ ସ୍କୁଲ ପକ୍ଷରୁ ପାଳିତ ସ୍ୱାଧୀନତା ଦିବସରେ ସ୍କୁଲର ପ୍ରିନିସିପାଲ ଜୟସି ରୋଜ ଏସି ଜାତୀୟପତାକା ଉତୋଳନ କରିଥିଲେ। ଏହି ଅବସରରେ ମଂଜୁଳା ଏ.ସି, ଭିଭିୟାନି ଏ.ସି, ଭିନୟା ଏସି, ଆଶିକା ଏସି, ଏଂଜଲିନା ଏସି ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସାରନଗରୀ ବଣିକ ସଂଘରେ ସ୍ୱାଧୀନତା ଦିବସ ଅବସରରେ ସଂଘର ସଭାପତି ସୂର୍ଯ୍ୟମଣି ନାୟକ ପତାକା ଉତୋଳନ କରିଥିଲେ। ଏହି ଅବସରରେ ଶୁଭେନ୍ଦୁ ମାନସିଂହ, ଧ୍ରୁବଚରଣ ମହାନ୍ତି, ମାଗୁଣି ଚରଣ ଶତପଥି, ରଜନୀ ମହାପାତ୍ର, ଆଲୋକ ନାୟକ, ବିରଂଚି ବେହେରା, ରବିନ୍ଦ୍ର ନାୟକ, ପ୍ରେମଜିତ କେର୍କେଟାଙ୍କ ସମେତ ମାର୍କେଟର ଅନ୍ୟାନ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ସୋନାପର୍ବତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସିଉଡ଼ିହିର ସରପଂଚ ବିନୋଦ କେର୍କେଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଏହି ଅବସରରେ ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଶ୍ରୀଧର ସିଂ, ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଜଲଦାସ୍ଥିତ ସେଂଟଜୋନସ ସ୍କୁଲରେ ଲାଠିକଟା ବିଡ଼ିଓ ତାପସ କୁମାର ସେଠୀ ଜାତୀୟ ପତାକା ଉତୋଳନ କରିଥିଲେ। ଏହି ଅବସରରରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରିନସିପାଲ ଫାଦର କୁଲକନ୍ତ, ଫାଦର ବିରେଶ, ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.