Home ଓଡ଼ିଶା ବାଲୁଘାଟରେ ପଶିଲା ପାଣି, ୨୦ ପରିବାର ଜଳବନ୍ଦୀ

ବାଲୁଘାଟରେ ପଶିଲା ପାଣି, ୨୦ ପରିବାର ଜଳବନ୍ଦୀ

87

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ): ଆଜି ନଦୀ ପାଣି ସ୍ଥାନୀୟ ବାଲୁଘାଟ ଅଂଚଳରେ ପଶିବା ଦ୍ୱାରା ନିକଟବର୍ତ୍ତୀ ବହୁ ବସ୍ତି ଜଳାର୍ଣ୍ଣବ ହୋଇଛି। ଫଳରେ ଗତରାତି ଠାରୁ ବସ୍ତିବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଖବର ମିଳିଛି। ବସ୍ତିବାସିନ୍ଦା ୨୦ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଲୋକମାନଙ୍କ ଘରେ ବର୍ଷା ପାଣି ପଶିଯିବାରୁ ଘରର ଆସବାବପତ୍ର, କାଗଜପତ୍ର ଆଦି ନଷ୍ଟ ହୋଇଯାଇଛି। ରାଉରକେଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ବସ୍ତିରେ ନପହଂଚିବା କାରଣରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି।: ଗତ ଶନିବାର ଠାରୁ ରାଉରକେଲାରେ ଅବିରତ ବର୍ଷା ଜାରି ରହିବା ଫଳରେ ମନ୍ଦିରା ଡ୍ୟାମର ଜଳପତନ ବୃଦ୍ଧି ପାଇଥିଲା। ଫଳରେ ଡ୍ୟାମ କର୍ତ୍ତୃପକ୍ଷ ପ୍ରଥମେ ୫ଟି ଗେଟ ଖୋଲିବା ପରେ ପୁଣି ୬ଟି ଗେଟ ଖୋଲିବା ଦ୍ୱାରା ବ୍ରାହ୍ମଣୀ ନଦୀ ଜଳପତନ ବୃଦ୍ଧି ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.