Home ଆମ ପର୍ବ ପର୍ବାଣୀ ରଣପୁରରେ ଦେବ ଗହ୍ମାପୁର୍ଣ୍ଣିମାରେ ଗହ୍ମାସୁର ବଧ

ରଣପୁରରେ ଦେବ ଗହ୍ମାପୁର୍ଣ୍ଣିମାରେ ଗହ୍ମାସୁର ବଧ

43

ନୟାଗଡ଼ ୧୨/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ ରାଜୁଡା ଅମଳରୁ ଶ୍ରୀକ୍ଷେତ୍ର ଭଳି ରଣପୁର ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ଅଗଷ୍ଟ ୧୨ ତାରିଖରେ ଦେବତା ପୀଠରେ ଗହ୍ମାପୁର୍ଣ୍ଣିମା ପାଳନ ହେଉଅଛି। ନୀତିକାନ୍ତୀ ଅନୁଯାଇ ଶ୍ରୀମନ୍ଦିରରୁ ପ୍ରଭୁ ସୁଦର୍ଶନ ଛତିଶା ନିଯୋଗ ଦୋଳ ବିମାନରେ ଗହ୍ମା ପଡିଆକୁ ଆସିଥିଲେ। ସେଠାରେ ବାଲୁକା ନିର୍ମିତ ଏକ ଗହ୍ମାସୁର ନିର୍ମାଣ କରାଯାଇଥିଲା।

ସେହି ଗହ୍ମାସୁରକୁ ପ୍ରଭୁ ସୁଦର୍ଶନ ଷୋଡଶ ଉପଚାରରେ ପୂଜାପରେ ବଧ କରିଥିଲେ। ପ୍ରଥା ଅନୁଯାଇ ଗହ୍ମାସୁର ନାମକ ଏକ ଅସୁର ଗହ୍ମାପୁର୍ଣ୍ଣିମାରେ ଉତ୍ପାତ କରି ଗୋମାତା ମାନଙ୍କୁ ମାରି ଖାଇଥାଏ। ତେଣୁ ପ୍ରଭୁ ସୁଦର୍ଶନ ଗୋମାତା ଗୋବଂଶ ସୁରକ୍ଷା ପାଇଁ ନିଜେ ଗହ୍ମାସୁରକୁ ବଧ କରିଥିଲେ। ପରମ୍ପରା ଅନୁଯାଇ ରଣପୁର ରେ ବାର ମାସରେ ତେରଯାତ୍ରା ମଧ୍ୟରେ ଏହା ଏକ ଯାତ୍ରା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.