Home ଓଡ଼ିଶା ଯୋଡା : ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ଅବସରରେ କୃଷ୍ଣ ବେଶ ପ୍ରତିଯୋଗୀତା

ଯୋଡା : ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ଅବସରରେ କୃଷ୍ଣ ବେଶ ପ୍ରତିଯୋଗୀତା

81

ଯୋଡା, ୧୮ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ଲକ୍ଷ୍ମୀପଡିଆସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରକାଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାରଦା ପ୍ରସାଦ ଆଚାର୍ଯ୍ୟ, ସମାଜସେବୀ ଶ୍ରୀମତୀ ରଞ୍ଜିତା ବାରିକ୍‌, ଶିକ୍ଷାବିତ୍ ଅକ୍ଷୟ କୁମାର ରାଉତ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଶିଶୁ ମନ୍ଦିରର ସମସ୍ତ ଛାତ୍ର, ଛାତ୍ରୀ, ଗୁରୁଜୀ, ଗୁରୁମା ଏବଂ ଅଭିଭାବକମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱୀପ ପ୍ରଜ୍ଜଳନ ପରେ ଶ୍ରୀ ଭାଗବତ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣଙ୍କର ଜନ୍ମବୃତ୍ତାନ୍ତ ସମ୍ପର୍କରେ ଅତିଥିମାନେ ବିଷଦ ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏକ କୃଷ୍ଣ ବେଶ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୮୫ଜଣ ଛାତ୍ର, ଛାତ୍ରୀ କୃଷ୍ଣ ବେସ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ପ୍ରତିଯୋଗୀତାକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇ କୃତି ଛାତ୍ର, ଛାତ୍ରୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲେ। ଶିଶୁ ବର୍ଗରେ ସଂସ୍କୃତି ସାଧିକା ଜେନା ପ୍ରଥମ ହୋଇଥିବା ବେଳେ ସଂଗ୍ରାମ କେଶରୀ ମହାନ୍ତ ଦ୍ୱିତୀୟ ଓ ଆଦ୍ୟାଶା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କନିଷ୍ଠ ବର୍ଗରେ ଅନୁଷ୍କା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନେହାଶ୍ରୀ ପ୍ରଧାନ ଦ୍ୱିତୀୟ ଓ ଜୟନ୍ତୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ। ଉତ୍ସାହର ସହ ଏହି ପର୍ବ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ଗୁରୁଜୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.