Home ଓଡ଼ିଶା ଯୁବତୀଙ୍କୁ ପେଟ୍ରୋଲ ଢାଳି ପୋଡିବା ଘଟଣା ;୨୪ ଘଂଟା ପରେବି ପୁଲିସ ହାତ ଖାଲି

ଯୁବତୀଙ୍କୁ ପେଟ୍ରୋଲ ଢାଳି ପୋଡିବା ଘଟଣା ;୨୪ ଘଂଟା ପରେବି ପୁଲିସ ହାତ ଖାଲି

1480

କୋରାପୁଟ;ତା୦୧-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଏକ ତରଫା ପ୍ରେମ କରି ହତାଶ ହେବା ପରେ ବିଫଳ ପ୍ରେମିକ ସମ୍ପୃକ୍ତ ଯୁବତୀକୁ ପେଟ୍ରୋଲ ଢାଳି ପୋଡି ଦେବାକୁ ଉଦ୍ୟମ କରିବା ଘଟଣାର ୨୪ ଘଂଟା ପରେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ଅଭିଯୁକ୍ତ ଯୁବକକୁ ତୂରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ତେବେ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ପକ୍ଷରୁ ସେମିଲିଗୁଡା ଓ ନନ୍ଦପୁର ବ୍ଲକର ଏକାଧିକ ସ୍ଥାନରେ ଚଢାଉ କରା ଯାଇଥିବାବେଳେ ଖୁବ ଶିଘ୍ର ଅଭିଯୁକ୍ତ ଯୁବକକୁ ଗିରଫ କରାଯିବ ବୋଲି ସୁନାବେଡା ଏସଡିପିଓ ନିରଂଜନ ବେହେରା ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେମିଲିଗୁଡା ଥାନାର ମହିଳା ସବଇନସପେକ୍ଟର ଅନୀତା ନାୟକ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି। ସୂଚନା ଥାଉକି, ନନ୍ଦପୁର ବ୍ଲକ ବଂଗଲାଗୁଡା ଗ୍ରାମର ଚନ୍ଦ୍ରିକା ହନ୍ତାଳ ସେମିଲିଗୁଡା ନିକଟ ଜାନିଗୁଡା ସିତମ ଇଂଜିନିଅରିଂ କଲେଜରେ ଡିପ୍ଲୋମା ପଢୁଛନ୍ତି। ଅନ୍ୟ ସହପାଠିନୀ ମାନଙ୍କ ସହ ଚନ୍ଦ୍ରିକା କଲେଜ ନିକଟ ଇନ୍ଦିରା ନଗରରେ ଏକ ଭଡା ଘରେ ରୁହନ୍ତି। ଚନ୍ଦ୍ରିକାକୁ ସେହି ଅଂଚଳର ଗୋପୀ ଖରା ନାମକ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ଅନେକ ଥର ଗୋପୀ ଚନ୍ଦ୍ରିକାକୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ସେ ପ୍ରତ୍ୟାକ୍ଷାନ କରି ଆସୁଥିଲେ। ଚନ୍ଦ୍ରିରିକା ଠାରୁ ନିରାଶ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଗୋପୀ ଶୁକ୍ରବାର ସଂନ୍ଧ୍ୟାରେ ଚନ୍ଦ୍ରିକା ନିକଟକୁ ଆସି ପାଖକୁ ଡାକିଥିଲା ଓ ହାଠାତ ଚନ୍ଦ୍ରିକା ଉପରେ ପେଟ୍ରୋଲ୍ ଢାଳି ନିଆ ଲଗାଇ ଦେଇଥିଲା। ଚନ୍ଦ୍ରିକାର ଚିତ୍କାର ଶୁଣି ଅନ୍ୟ ମାନେ ପାଖକୁ ଆସି ଘଟଣା ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସହପାଠିନୀ ରଂଜିତା ଖରା ଠାରୁ ଚନ୍ଦ୍ରିକାଙ୍କ ବାପା ଖବର ପାଇ ଜାନିଗୁଡା ଆସିଥିଲେ। ଚନ୍ଦ୍ରିକାକୁ ପ୍ରଥମେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରା ଯାଇଥିଲା ହେଲେ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବାରୁ ବ୍ରହ୍ମପୁର ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.