Home ଜିଲ୍ଲା ପରିକ୍ରମା ମୋବାଇଲ ଫୋନ ସେବା ଦାବିନେଇ ୧୨ଘଟିଂଆ ଚିତ୍ରକୋଣ୍ଡା ବନ୍ଦ,ଯାନବାହନ ଚଳାଚଳ ଠପ,ସାମ୍ବାଦିକ ମାନଙ୍କ ଉପରେ ବିଏସଏଫ...

ମୋବାଇଲ ଫୋନ ସେବା ଦାବିନେଇ ୧୨ଘଟିଂଆ ଚିତ୍ରକୋଣ୍ଡା ବନ୍ଦ,ଯାନବାହନ ଚଳାଚଳ ଠପ,ସାମ୍ବାଦିକ ମାନଙ୍କ ଉପରେ ବିଏସଏଫ ଯବାନ ମାନଙ୍କ ଦାଦାଗିରି

143

ମାଲକାନଗିରି,୨୩ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ଚିତ୍ରକୋଣ୍ଡା ବ୍ଲକଅଚଂଳରେ ମୋବାଇଲ ଫୋନ ନେଟଓ୍ୟାର୍କ ସେବା ଦାବିନେଇ ୧୨ଘଟିଂଆ ବନ୍ଦଡାକରା ଦିଆ ଯାଇଛି । ଏହା ଦ୍ୱାରା ଦୋକାନ ବଜାର ,ଅଫିସ,ବନ୍ଦ ହେବାସହିତ ଯାନବାହନ ଚଳାଚଳ ଠପ ହୋଇଯାଇଛି । ସମ୍ବାଦସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିଏସଏଫ ଯବାନ ମାନେ ଦୁର୍ବ୍ୟବହାର ଦେଖାଇ କ୍ୟାମେରା ଛଡାଇନେବା ଘଟଣାରେ ଚିତ୍ରକୋଣ୍ଡା ଠାରେ ଚପାଉତେଜନା ସୃଷ୍ଟିହୋଇଏହାକୁ ସବୁମହଲରେ ନିନ୍ଦାକରାଯାଇଛି  । ଆନ୍ଦ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡାବ୍ଲକ ଓ ସ୍ୱାଭିମାନ ଅଚଂଳରେ ଟେଲି ଯୋଗା ଯୋଗର ଏକ ମାତ୍ରମାଧ୍ୟମ ବିଏସଏନଏଲ ମୋବାଇଲ ନେଟ ଓ୍ୟାର୍କ ହୋଇଥିବାବେଳେ ତାହା ଦୀର୍ଘଦିନ ହେଲା କାର୍ଯ୍ୟକରୁନାହିଁ । ଯହା ଫଳରେ କି ବ୍ୟାଙ୍କ,ପୋଷ୍ଟଅଫିସ,ହସପିଟାଲ,ଗଣମାଧ୍ୟମ ର ସମ୍ବାଦ ପ୍ରେରଣ କ୍ଷେତ୍ର ସହିତ ସରକାରି ଓ ଘରୋଇ କାର୍ଯ୍ୟାଳୟ ଗୁଡିକରେ ଠିକ ଭାବେ କାର୍ଯ୍ୟ ହୋଇପାରୁନାହିଁ । ବିଏସଏନଏଲ ଫୋନ ନେଟଓ୍ୟାର୍କ ନଥିବାରୁ ଚିତ୍ରକୋଣ୍ଡା ବାସୀ ବାହ୍ୟଜଗତରୁ ଏକରକମର ବିଛିନ୍ନହୋଇ ପଡିଛନ୍ତି ।ଫଳରେ ଏଠାକାର ଜନସାଧରଣ ବହୁସମସ୍ୟାର ସମ୍ମୁଖିନ ହେଉଛନ୍ତି । ଚିତ୍ରକୋଣ୍ଡା ଠାରେ ବିଏସଏନଏଲ ସେବାକୁ ତୁରନ୍ତ କାର୍ଯ୍ୟକାରି କରିବା ସହିତ  ନୂତନ ଏୟାରଟେଲ,ଜିଓ ନେଟଓ୍ୟାର୍କ ଟାଓ୍ୟାର ପ୍ରିତିଷ୍ଟା ଦାବି କରିଆସୁଥିଲେ ମଧ୍ୟ ଏତି ପ୍ରତି ବିଭାଗୟୀ ଅଧିକାରୀ ଗୁରୁତ୍ୱ ଦେଉନଥିବାରୁ ଆଜି ଚିତ୍ରକୋଣ୍ଡା ନାଗରିକ ମଚଂ,ବିଭିନ୍ନ କ୍ଲବ ଓ ବିଭିନ୍ନ ଅନୁଷ୍ଟାନର ଶତାଧିକ ଯୁବକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭକରିଛନ୍ତି । ଆଜି ସକାଳ ୬ଟା ଠାରୁ ସଂନ୍ଧ୍ୟା୬ଟା ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ୧୨ଘଟିଂଆ ବନ୍ଦଡାକରା ଦେଇ ବିଭିନ୍ନ ସରାକରି କାର୍ଯ୍ୟାଳୟ,ମୁଖ୍ୟରାଜପଥ ଛକ ଗୁଡିକରେ ପିକେଟିଂ କରିଥିଲେ । ଏହା ଫଳରେ ଚିତ୍ରକୋଣ୍ଡା ଠାରେ ଥିବା ତହସିଲ,ବ୍ଲକ ଅଫିସ ସହିତ ଦୋକାନ ବଜାର ଗୁଡିକ ବନ୍ଦରହିଥିଲା ।ଚିତ୍ରକୋଣ୍ଡା ଠାରୁ ଜୟପୁର,କୋରାପୁଟ, ମାଲକାନଗିରି,କଟକ,ବ୍ରହ୍ମପୁର,ଭୁବନେଶ୍ୱର ସହିତ  ଆନ୍ଦ୍ରପ୍ରଦେଶ ଭଦ୍ରାଚଳମ,ବିଶାଖାପାଟଣା କୁଚଳାଚଳ କରୁଥିବା ସମସ୍ତ ସରକାରି ଓ ଘରୋଇବସ ଗୁଡକି ସହିତ ୪ଚକିଆ ଯାନବାହନ ଚଳାଚଳ ବନ୍ଦରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଥିଲେ ।

ଏହି ବନ୍ଦସମୟରେ ଖବର ସଂଗ୍ରହକରିବାକୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧି  ଫଟୋ ଓ ଭିଡିଓ ଉତୋଳନ କରୁଥିବା ସମୟରେ ସେମାନଙ୍କ କ୍ୟାମେରା ଛଡାଇ ନେବାସହିତ ସେମାନଙ୍କ ପ୍ରତି ବିଏସଏଫ ଯବାନ ମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । କ୍ୟାମେରା କାହିଁକି ଛଡାଇ ନେଉଛ କହିବାରୁ ଯବାନ ମାନେ ସାମ୍ବାଦିକ ମାନଙ୍କୁ ଠେଲାପେଲା କରି ବେସି ପାଟିକରିବତ ଦଣ୍ଡା ଘୁସା ଦୁଙ୍ଗା ବୋଲି ଧମକାଇଥିଲେ । ଗଣତନ୍ତ୍ରର ଚତୁର୍ଥସ୍ତମ୍ବର କଠଂରୋଧକରି ସେମାନଙ୍କ ପ୍ରତି ବିଏସଏଫ ଯବାନମାନଙ୍କ ଦୁର୍ବ୍ୟବହାର ଘଟଣାକୁ ମାଲକାନଗିରି ଜିଲ୍ଲାସାମ୍ବାଦିକ ସଂଘ,ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ବିଭିନ୍ନ ମହଲରେ ନିନ୍ଦାକରାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଯବାନମାନଙ୍କ ବିରୋଧରେ ତୁରନ୍ତ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ମାନଙ୍କ ପକ୍ଷରୁ ଦାବିକରାଯାଇଛି । ଆଜି ସଂନ୍ଧ୍ୟାରେ କୋରାପୁଟ ରୁ ବିଏସଏନଏଲ ସଂସ୍ଥାର ଡିଜିଏମ ଚିତ୍ରକୋଣ୍ଡା ଠାରେ ପହଁଚି ଚିତ୍ରକୋଣ୍ଡା ରେ ବିଏସଏନଏଲ ସେବା ତୁରନ୍ତ ଯୋଗାଇଦିଆ ଯିବା ସହିତ ଆଉଏକ ଟାଓ୍ୟାର ବସାଯିବାପାଇଁ ବ୍ୟବସ୍ଥା କରାଯିବ ବୋଲି  ଆନ୍ଦୋଳନକାରି ମାନଙ୍କ ସହିତ ଆଲୋଚନା କରିବାପରେ ଆନ୍ଦୋଳନ ପ୍ରତ୍ୟାହର ହୋଇଛି । ଏହି ଆନ୍ଦୋଳନ  ସମୟରେ କୌଣସି ହିଂସାକାଣ୍ଡରର ଆସଙ୍କାକୁ ଆଖିଆଗରେ ରଖି ଚିତ୍ରକୋଣ୍ଡା ଥାନାଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ କଡାସୁରକ୍ଷା ବ୍ୟବସ୍ଥା କରିଥିଲେ । ଏହି ଆନ୍ଦୋଳନ ରେ ନାଗରିକ ମଚଂ ସହିତ ଚିତ୍ରକୋଣ୍ଡା ବ୍ୟବସାୟୀ ଅନୁଷ୍ଟାନ,ବୁଦ୍ଧିଜୀବୀ,ବିଭିନ୍ନ ଯୁବକସଂଘର କର୍ମକର୍ତାମାନେ ସହ ଯୋଗକରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.