Home ଜଗତସିଂହପୁର ପାରାଦ୍ୱୀପ ପୋର୍ଟ ମେଡିକାଲରେ ଲାଗିଲା ପାଣି ବିଶୋଧନ ଯନ୍ତ୍ର

ପାରାଦ୍ୱୀପ ପୋର୍ଟ ମେଡିକାଲରେ ଲାଗିଲା ପାଣି ବିଶୋଧନ ଯନ୍ତ୍ର

118

ଜଗତସିଂହପୁର ୨୨/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ପାରାଦ୍ୱୀପ ବନ୍ଦର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଇଫ୍ଲୁଏଣ୍ଟ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ (ଦୁଷିତ ପାଣି ବିଶୋଧନ ଯନ୍ତ୍ର) ପ୍ରତିଷ୍ଠା ହୋଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଯୋଗଦେଇ ଏହାକୁ ଉଦ୍ ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ପାରାଦ୍ୱୀପ ଲେଡିଜ କ୍ଲବ ସଭାନେତ୍ରୀ ଶୁଭଲକ୍ଷ୍ମୀ ରାୟ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ପରିଚାଳକ ରମେଶ କୁମାର ଏକ୍କା, ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ଅପରିଷ୍କାର ପାଣିକୁ ଶୋଧନ କରାଯାଇ ବ୍ୟବହାର କରିହେବ ବୋଲି କହଥିଲେ। ଏହି ଦୁଷିତପାଣି ବିଶୋଧନ ଯନ୍ତ୍ର (ପ୍ଲାଣ୍ଟ) ଦିନକୁ ୧୦ କିଲୋ ଲିଟର ପାଣି ଶୋଧନ କରିପାରିବାର କ୍ଷମତା ରଖିଛି। ଶୋଧନ ହେବା ପରେ ସେହି ପାଣିକୁ ପାରାଦ୍ୱୀପ ଡାକ୍ତରଖାନା ବଗିଚାରେ ବ୍ୟବହାର କରାଯିବ। ତାମିଲନାଡୁ ସରକାରଙ୍କ ସଂସ୍ଥା ଚେନାଇର ରିଚାର୍ଡସନ କ୍ରୁଦାସ ଲିମିଟେଡ୍ ଏହି ପ୍ଲାଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ୩୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ବନ୍ଦର ଡାକ୍ତରଖାନାରେ ଦାନ୍ତରୋଗୀଙ୍କ ପାଇଁ ଡିଜିଟାଲ ରେଡିଓଭିଜିଓଗ୍ରାମ ବ୍ୟବସ୍ଥା ହେବା ସହିତ ଦାନ୍ତର ଫଟୋ କମ୍ପୁ୍ୟଟର ପରଦାରେ ଦେଖାଯିବ। ଏଣିକି ରୋଗୀମାନଙ୍କୁ ଆଉ ଦାନ୍ତ ଏକ୍ସରେ କରିବାକୁ ପଡିବ ନାହିଁ। ଏହାଫଳରେ ବନ୍ଦର ଡାକ୍ତରଖାନାର ଭିତ୍ତିଭୁମିକୁ ଆହୁରି ସୁଦୃଢ କରିବ ବୋଲି ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.