Home ଓଡ଼ିଶା ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ

423

ମୁମ୍ବାଇ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ମୁମ୍ବାଇର ରଚନୀ ରୋଡ ଅଞ୍ଚଳ ଡ୍ରିମଲ୍ୟାଣ୍ଡ ସିନେମା ହଲ ନିକଟରେ ଥିବା ଏକ ଆବାସିକ କୋଠାରେ ରବିବାର ଭୋର ସମୟରେ ଭୟଙ୍କର ନିଆଁ ଲାଗିଥିଲା । ପରେ ଏହି କୋଠାରେ ନିଆଁ ଲାଗିବା ଦେଖି ଆଖପାଖର ଲୋକେ ଉଠିପଡ଼ିଥିଲେ। ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ପହଞ୍ଚି କୋଠାରେ ଫସିଥିବା ୫ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ବହୁ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି । ମାତ୍ର ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.