Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ୩୦ଟି ସଂସ୍ଥା ପକ୍ଷରୁ ୧୧ କୋଟି ୫୨ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ୩୦ଟି ସଂସ୍ଥା ପକ୍ଷରୁ ୧୧ କୋଟି ୫୨ ଲକ୍ଷ

431

ଭୁବନେଶ୍ବର, ୧୩.୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଗୁଜୁରାଟ ସରକାରଙ୍କ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୁଜୁରାଟ ସରକାରଙ୍କ ଶିକ୍ଷା, ବେସାମରିକ ବିମାନ ଚଳାଚଳ ଓ ଆଇନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ସିଂ ଚୂଡାସାମା ଏବଂ ରାଜକୋଟ ମ୍ୟୁନିସିପାଲ କମିଶନର ଶ୍ରୀ ବାଞ୍ଛାନିଧି ପାଣି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି।

ଏହା ସହିତ NAFED ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୀବ ଚଢା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହାସହିତ ଆର୍.ପି. ସାଓ ମାଇନ୍ସ ପକ୍ଷରୁ ୨ କୋଟି, ରାମକୋ ସିମେଣ୍ଟ ପକ୍ଷରୁ ୨ କୋଟି ଟଙ୍କା, Mesco Steel ପକ୍ଷରୁ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଆଜି ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ବ୍ୟକ୍ତିବିଶେଷମାନେ ହେଲେ – SMC Power Generation Ltd. ୨୦ ଲକ୍ଷ, Avisekh Contech ୧୦ ଲକ୍ଷ ଟଙ୍କା, ୟୋଗଦା ସଗ ପକ୍ଷରୁ ସ୍ବାମୀ ସ୍ମରଣାନନ୍ଦ ଗିରି ୧୫ ଲକ୍ଷ, କଳିଙ୍ଗ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ମଞ୍ଚ ୧୦ ହଜାର ଟଙ୍କା, ଉତ୍କଳ କୋଅପରେଟିଭ ବ୍ୟାଙ୍କ ୧୦ ଲକ୍ଷ, ଡଃ ସମ୍ବିତ ଦାସ (Director, Endeavour Foundation) ୧ଲକ୍ଷ, ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ୮୧ ହଜାର ଟଙ୍କା, ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ, ୧ ଲକ୍ଷ, ଡଃ ମାନସ ରଂଜନ ସାହୁ (AIIMS) ୨,୦୯,୯୭୯ ଟଙ୍କା, ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ୧ ଲକ୍ଷ, ଶ୍ରୀମତୀ ଲତିକା ପ୍ରଦାନ ୫୦ ହଜାର, ବେଗୁନିଆପଡ଼ା ପଞ୍ଚାୟତ ସମିତି ୧.୫ ଲକ୍ଷ, କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ୧.୦୧ ଲକ୍ଷ, ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ୫୦ ହଜାର, କାଞ୍ଚନ ଫାଉଣ୍ଡେସନ ୧୦ ହଜାର, ଡଃ ପ୍ରକାଶ ପଟ୍ଟନାୟକ ୫୦ ହଜାର, Indian Medical, ୧ ଲକ୍ଷ, ବିଧାୟକ ଅଶ୍ବିନୀ ପାତ୍ର ୧ ଲକ୍ଷ, Association, Odisha Branch ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଶିବ ବିଶ୍ବାଳ ଓ ବିରୁପାକ୍ଷ ତ୍ରିପାଠୀ ୧ ଲକ୍ଷ, ଭୁବନେଶ୍ୱରର ଦୁଇ ବାଳକ ବାଳିକା ୫,୧୦୦ ଟଙ୍କା, ଓଡ଼ିଶା ସଚିବାଳୟ ସେବା ସଂଘ ୧ ଲକ୍ଷ, ପୂର୍ବତନ ପ୍ରମୁଖ ଆକାଉଣ୍ଟାଟ ଜେନେରାଲ ଶ୍ରୀ ଅମର ପଟ୍ଟନାୟକ ତାଙ୍କର ୬ ମାସର ପେନ୍ସନ ପରିମାଣ ୩.୫୪ ଲକ୍ଷ, ଓଡିଶା ଭାସ୍କର ପକ୍ଷରୁ ଶ୍ରୀ କୌସ୍ତଭ ଦାସ ୫୦ ହଜାର, Odisha Education Service School Branch Association ୨ ଲକ୍ଷ, କଟକ ସ୍ଵରସ୍ବତୀ ସାଇନ୍ସ କଲେଜ ୫୦ ହଜାର, President Veterans Club ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ। ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.