Home ଆନ୍ତର୍ଜାତୀୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୟୁଏଇ ଓଡ଼ିଶା ସମାଜର ପ୍ରତିନିଧି : ରିଲିଫ ପାଂଠି କୁ ୩...

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୟୁଏଇ ଓଡ଼ିଶା ସମାଜର ପ୍ରତିନିଧି : ରିଲିଫ ପାଂଠି କୁ ୩ ଲକ୍ଷ ଟଙ୍କାର ଚେକ ହସ୍ତାନ୍ତର

641

ସମ୍ବଲପୁର ୧୫-୬ (ଓଡ଼ିଆ ପୁଅ) ରାଜ୍ୟରେ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ଇଲକାରେ ରିଲିଫ ଓ ପୁନୋରୁଦ୍ଦାର କାର୍ଯ୍ୟ ପାଇଁ ୟୁନାଇଟେଡ଼ ଆରବ ଏମିରେଟ୍ସ ଓଡ଼ିଶା ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିକୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସଂଗଠନର ଏକ ପ୍ରତିନିଧି ଦଳ ନିକଟରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏବାବଦରେ ଏକ ଚେକ ହସ୍ତାନ୍ତର କରିଥିଲେ। ଏହି ପ୍ରତିନିଧି ଦଳରେ ସଂଗଠନର ପରାମର୍ଶଦାତା ଅଜିତ କୁମାର ମଶ୍ର, କ୍ୟାପଟେନ ସୈାମ୍ୟ ରଞନ ପଟ୍ଟନାୟକ, ଉପ ସଭାପତି ସୁଶାନ୍ତ କୁମାର ପଂଡ଼ା ଏବଂ ସମ୍ପାଦକ ଶଭ୍ରାଂଶୁ ଜେନା ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଓଡ଼ିଶାର ସମାଜିକ ଉତଥାନ ସହିତ ସର୍ବାଂଗିନ ବିକାଶରେ ୟୁଏଇ ଓଡ଼ିଶା ସମାଜର ଭୂମିକା ଜାରୀ ରହିବ ବୋଲି ଏହି ପ୍ରତିନିଧି ଦଳ ସୂଚନା ଦେଇଥିଲେ। ବିପର୍ଯ୍ୟୟର ଉତ୍କର୍ଷ ମୁକାବିଲା ଓ ତ୍ୱରୀତ ସ୍ୱାଭାବିକ ଅବସ୍ତା ପ୍ରତ୍ୟାବର୍ତ୍ତନ ପାଇଁ ସାକ୍ଷାତକାର ସମୟରେ କାମନା କରଯାଇଥିଲା। ବିପର୍ଯ୍ୟୟ ସମୟରେ ନିଜ ଲୋକଙ୍କୁ ସହାୟତାର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ସମାଜର ପ୍ରତିନିଧି ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ବାତ୍ୟା ଫନି ଆସିବା ପରେ ଏମିରେଟ୍ସ ରେ ବସବାସ କରିଥିବା ପ୍ରବାସୀ ପରିବାର ରିଲିଫ ପାଇଁ ଅଭିଯାନ ମୂଳ କରିଥିଲେ। ଏଥିରେ ସଂଗେ ସଂଗେ ଏହି ରାଶି ସଂଗୃହୀତ ହୋଇପାରିଥିଲା। ପୁନଶ୍ଚ ଆଗକୁ ମଧ୍ୟ ଏହି ଭଳି ଉଦ୍ୟମ ଜାରୀରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.