Home ଜିଲ୍ଲା ପରିକ୍ରମା ମାଲୁଦରେ ଦେଶୀ ରନ୍ଧା ମଦ ଜବତ – ୩ ଗିରଫ

ମାଲୁଦରେ ଦେଶୀ ରନ୍ଧା ମଦ ଜବତ – ୩ ଗିରଫ

30

ପୁରୀ ୨-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ମାଲୁଦ ଠାରେ ଚଢାଉ କରାଯାଇ ଦେଶୀ ରନ୍ଧା ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମାଲୁଦ ସାବରମତୀ ସାହିର ପ୍ରଦୀପ କୁମାର ନାୟକ (୪୫), କୌଶଲ୍ୟା ନାୟକ(୫୨) ଓ ଗୀତା ନାୟକ (୫୫)। ପ୍ରଦୀପ ଠାରୁ ୧୬୦୦, କୌଶଲ୍ୟା ଠାରୁ ୫୦ ଓ ଗୀତା ଠାରୁ ୨୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଆଇ ଆଇ ସି ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ଆଇସି ଲକ୍ଷ୍ମୀଧର ପ୍ରଧାନ, ରଙ୍କ ନିଧି ମଲିକ, ଏ ଏସ ଆଇ ଯାଗିନ ରାଓ, ସୁବାସ ଚନ୍ଦ୍ର ମହାପାତ୍ର, କନେଷ୍ଟବଳ ପ୍ରମୋଦ କୁମାର କର ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ପଣ୍ଡା, ମିନତୀ ପରିଡା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.