Home ଓଡ଼ିଶା ମାଲକାନଗିରି ଜିଲ୍ଲାପ୍ରଶାସନ ର ମାନବିକତା,ବାହାର ରାଜ୍ୟର ୬୬ଜଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ ରେ ସେମାନଙ୍କ ରାଜ୍ୟ...

ମାଲକାନଗିରି ଜିଲ୍ଲାପ୍ରଶାସନ ର ମାନବିକତା,ବାହାର ରାଜ୍ୟର ୬୬ଜଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ ରେ ସେମାନଙ୍କ ରାଜ୍ୟ କୁ ପଠାଇଲେ

162

ମାଲକାନଗିରି,୧୭ା୫(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ଅଟକିିରହିଥିବା ବାହାର ରାଜ୍ୟର ୬୬ଜଣ ଶ୍ରମିକ ଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ପୁଣି ଥରେ ଜିଲ୍ଲାପ୍ରଶାସନ ମାନବିକତାର ପରିଚୟ ଦେଇଛନ୍ତି । କରୋନା ମହାମାରୀ ସମଗ୍ର ବିଶ୍ୱ କୁ ଗ୍ରାସକରି ଲକଡାଉନ ପାଇଁ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା ରାଜ୍ୟକୁ କାମକରିବାକୁ ଯାଇଥିବା ପଶ୍ଚିମବଙ୍ଗ,ଝାଡଖଣ୍ଡ,ବିହାର ରାଜ୍ୟର ୬୬ଜଣ ଶ୍ରମିକ ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଠାରେ ଚାଲି ଚାଲି ତ ଆଉକିଏ ସାଇକେଲ ଚଳାଇ ପହଁଚିଥିଲେ,ସେମାନଙ୍କୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ମୋଟୁ ଚେକପୋଷ୍ଟ ଠାରେ ଅଟକ ରଖାଯାଇ ସେହି ଶ୍ରମିକ ମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ମୋଟୁ ଠାରେ ସେମାନଙ୍କୁ ଆଶ୍ରୟ ଦିଆଯାଇଥିଲା । ସେହି ଶ୍ରମିକ ମାନେ ନିଜ ଗାଁକୁ ଫେରି ଯାଇ ସେଠାରେ କ୍ୱାରେଟାଂଇନ ରେ ରହିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ରାଜ୍ୟସରକାରଙ୍କ ଠାରୁ ଅନୁମତି ମାଗି ମାଲକାନଗିରି ଠାରେ ଅଟକି ରହିଥିବା ପଶ୍ଚିମବଙ୍ଗ ରାଜ୍ୟ ର ୩୩ଜଣ,ଝାଡଖଣ୍ଡର ୩୦ଜଣ,ବିହାର ରାଜ୍ୟର ୩ଜଣ ଶ୍ରମିକ ଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ୨ଟି ସ୍ୱତନ୍ତ୍ର ବସରେ ପଠାଇଛନ୍ତି । ଆଜି ଅପରାହ୍ନରେ ଏହି ବିଦାୟକାଳିନ ସମୟରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ତହସିଲଦାର ଡ.ଗୁଣନିଧ ିନାୟକ,ଆରଡି ନିର୍ବାହି ଯନ୍ତ୍ରୀ କେ.ଭି.ପି. ରାଓ,ଜିଲ୍ଲାଶ୍ରମ ଅଧିକାରୀ ମଦନମୋହନ ପାଇକ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଭୋଜନର ବ୍ୟବସ୍ଥା ସହ ଦୁଇଦିନ ପାଇଁ ସୁଖିଲା ଖାଦ୍ୟପୁଡିଆ,ପାଣିବୋତଲ,ମାସ୍କ ,ସାନିଟାଇଜର ସହ ହାତଖର୍ଚ ବାବଦକୁ ୫ଶହଟଙ୍କା ଲେଖା ଦେଇ ଘରବାହୁଡା ୬୬ଜଣ ଶ୍ରମିକ ମାନଙ୍କୁ ଯାତ୍ରାର ଶୁଭକାମନା କରି ବଧେଇଜଣାଇ ଥିଲେ । ଏହି ଶ୍ରମିକ ମାନେ ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କୁ ବହୁତ ଧନ୍ୟବାଦ ଜଣା କହିଥିଲେ ଆମ ରାଜ୍ୟ ସରକାର ଆମକୁ ନେବାର ବ୍ୟବସ୍ଥା କରିନଥିବା ବେଳେ ମାଲକାନଗିରି ଜିଲ୍ଲାପ୍ରଶାସନ ଆମକୁ ଖାଦ୍ୟପେୟ ଦେଇ ସ୍ୱତନ୍ତ୍ର ବସରେ ପଠାଉ ଥିବାରୁ ଆମେ ତାଙ୍କ ପାଇଁ ଆମଘରକୁ ଯିବାର ସୁଯୋଗପାଇ ପାରିଛୁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.