Home କେନ୍ଦୁଝର ଚଢ଼ାଦରରେ କିରୋସିନି ବିକ୍ରୀ ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

ଚଢ଼ାଦରରେ କିରୋସିନି ବିକ୍ରୀ ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

172

ହାଟଡିହି-୧୭/୫, ବିଭିନ୍ନ ପଞ୍ଚାୟତରେ ଚଢ଼ା ଦରରେ କିରୋସିନି ବିକ୍ରୀ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଛି ବୋଲି ବ୍ଳକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାଇ ବିଭିନ୍ନ ପଞ୍ଚାୟତ ସରକାରଙ୍କ ଦରଧାର୍ଯ୍ୟ ପୁର୍ବରୁ କିରୋସିନି ଉଠାଣ କରିଦେଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ରିଟେଲର ମାନେ ପୁର୍ବରୁ ଥିବା ଉଚ୍ଚା ଦରରେ କିରୋସିନି କିଣିଥିବାରୁ ସେମାନେ ମାଧ୍ୟ ହୋଇ ୪୦ଟଙ୍କା ଦରରେ ବିକ୍ରୀ କରିଛନ୍ତି ବୋଲି କହିଛନ୍ତି । ମରୈଗାଁ ପଞ୍ଚାୟତ ୩୫ଟଙ୍କା ୬୩ପଇସାରେ କିରୋସିନି କିଣିଥିବା ବୋଳେ ୪୦ଟଙ୍କା ଦରରେ ବିକ୍ରୀ କରିଛି । ସେହିପରି ଶାସଙ୍ଗ ୩୫ଟଙ୍କା ୬୩ପଇସାରେ କିଣି ୪୦ଟଙ୍କା, ବଞ୍ଚୋ ୨୫ଟଙ୍କା ୧୫ପଇସାରେ କିଣି ୩୦ଟଙ୍କା, ଗେଡମା ୩୫ଟଙ୍କା ୬୮ପଇସାରେ କିଣି ୪୦ଟଙ୍କା, ମଟରାଗାଡିଆ ୩୫ଟଙ୍କା ୬୩ପଇସାରେ କିଣି ୪୦ଟଙ୍କା, ଶାଳଣିଆଁରେ ୩୫ଟଙକା ୬୮ପଇସାରେ କିଣି ୪୦ଯଙ୍କାରେ, ଡଅଁର ୩୫ଟଙ୍କା ୬୮ରେ କିଣି ୪୦ଟଙ୍କା, ସମଣା ୩୫ଟଙ୍କା ୬୩ରେ କିଣି ୪୦ଟଙ୍କାରେ ବିକ୍ରୀ କରିଛନ୍ତି । ଏପରିକି କିଛି ପଞ୍ଚାୟତ ଏହି ଦରରେ ତିନି ମାସର କିରୋସିନି ନେଇଯାଇ ବଣ୍ଟନ କରିସାରିଛନ୍ତି । କିନ୍ତୁ ଏବେ ମେ ମାସର କିରୋସିନି ୧୪ଟଙ୍କା ୪୦ପଇସାରେ ଉଠାଣ ପାଇଁ ଜିଲ୍ଲାପାଳ ୧୩ତାରିଖ ଦିନ ଚିଠି କରିଥିବାବେଳେ ଆମେ ବାକିଥିବା ପଞ୍ଚାୟତରେ ସେହି ଦରରେ କିରୋସିନି ଯୋଗାଇ ଦେବାପାଇଁ ଯୋଜନା କରୁଛୁ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.