Home Top News ମାଟ୍ରିକ ପରୀକ୍ଷା : ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ

ମାଟ୍ରିକ ପରୀକ୍ଷା : ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ

27

ଭୁବନେଶ୍ୱର ୩-୧ (ଓଡ଼ିଆ ପୁଅ) : ମେ’ ୩ ତାରିଖରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ସ୍କୁଲ ଖୋଲିବ ୮ ତାରିଖରୁ। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ୫୦ ମାର୍କର ଓଏମ୍‌ଆର୍‌ ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କିନ୍ତୁ ୮୦ ମାର୍କକୁ ୧୦୦ ମାର୍କ ଅନୁଯାୟୀ ଅନୁପାତରେ ବଢ଼ାଯିବ ଏବଂ ରେଜଲ୍ଟ ସେହି ଅନୁଯାୟୀ ପ୍ରକାଶ ପାଇବ। ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଦ୍ଵିତୀୟ ପର୍ଯ୍ୟାୟରେ ଆବାସିକ ବିଦ୍ୟାଳୟ ଗୁଡିକର ହଷ୍ଟେଲ ଖୋଲିବା ପାଇଁ ଯୋଜନା ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.