ଭୁବନେଶ୍ୱର ୩-୫ (ଓଡ଼ିଆ ପୁଅ) ତାଣ୍ଡବ ରଚିଛି ‘ଫନି’। ପୁରୀ ସହର ସମେତ ଉପକୂଳ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ୧୮୦ ରୁ ୨୦୦ କିଲୋମିଟର ବେଗରେ ବହିଛି ପବନ। ପ୍ରବଳ ବର୍ଷା ସହ ଧନ ଜୀବନକୁ ଉଜାଡ଼ି ଦେଇଛି। ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଛି ବାତ୍ୟା ‘ଫନି’। ପୁରୀରେ ୧୭୫ କିଲୋମିଟର, ଭୁବନେଶ୍ୱରରେ ୧୨୦ରୁ ଅଧିକ ବେଗରେ ବହିଛି ପବନ। ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ପରିସ୍ଥିତି ଅଣାୟତ ହୋଇଯାଇଛି। ପୁରୀ ସମେତ ଆଖପାଖ ଅଞ୍ଚଳରେ ଫନି ତାଣ୍ଡବ ରଚିଛି।
ପୁରୀ ପେଣ୍ଠକଟା ବସ୍ତି ଏବଂ ବ୍ରହ୍ମଗିରି ସାନପାଟଣା ଗାଁରେ ସମୁଦ୍ର ପାଣି ମାଡ଼ି ଆସିଛି। ବଡ଼ ବଡ଼ ଗଛକୁ ଭାଙ୍ଗି ଦେଇଛି ଫନି। ଭୁବନେଶ୍ୱରର ଅନେକ ସ୍ଥାନରେ ମଧ୍ୟ ଗଛ ଉପଡ଼ି ପଡ଼ିଛି। ରାସ୍ତାରେ ଗଛ ପଡ଼ି ଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫନି ସ୍ଥଳଭାଗ ଛୁଇଁବା ପରେ ପ୍ରଳୟ ଲାଗି ରହିଛି। ଜୋରଦାର ପବନ ବହୁଛି। ସନ୍ଧ୍ୟା ପର୍ଯ୍ୟନ୍ତ ପବନ ଓ ବର୍ଷା ଲାଗି ରହିଛି। ସନ୍ଧ୍ୟା ପରେ ପବନର ବେଗ ୧୦୦ କିଲୋମିଟର ଭିତରେ ସୀମିତ ରହିବ ବୋଲି ଜଣାପଡ଼ିଛି।
ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁଥିବା ବେଳେ ଏହାର ପ୍ରଭାବ ଅଧିକାଂଶର ରାଜଧାନୀରେ ଦେଖିବାକୁ ମିଳିଛି। କେଉଁଠି କ୍ରେନ ପଡ଼ି ଘର ଭାଙ୍ଗୁଛି, ତ କେଉଁଠି ବସ୍ ଉଡ଼ିଯାଉଛି। ତେବେ ଦେଖନ୍ତୁ କିଛି ଭିଡ଼ିଓ ….
Fani effect at Bhubaneswar #CycloneFani pic.twitter.com/qL78QfHXGD
— fani bhusan (@teddybrown) May 3, 2019
A roof being blown off at the undergraduate hostel in @AIIMSBhubaneswr due to #CycloneFani.
📹@DG_PIB#Fani #FaniUpdates pic.twitter.com/5WG0UcOo4q— The Weather Channel India (@weatherindia) May 3, 2019
#CycloneFani #CyclonicStormFANI #Odisha The FANI is little calm now, but look at how violent it was during its high. It's really scary and salute to every #ODia who was brave enough to face this natural disaster. Hope Govt & people together will bring back things to its normal. pic.twitter.com/Q6q7z523J8
— Soubhagya Bal (Coach, Speaker & Motivator) (@soubhagya_bal) May 3, 2019