Home କନ୍ଧମାଳ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ବ୍ଲକ ସ୍ତରିୟ ଚୟନ ପ୍ରତିଯୋଗିତା ଅନୁଷ୍ଠିତ

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ବ୍ଲକ ସ୍ତରିୟ ଚୟନ ପ୍ରତିଯୋଗିତା ଅନୁଷ୍ଠିତ

130

ବାଲିଗୁଡା, ୨୯/୯ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ ମେଡିକାଲ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ତୁମୁଡିବନ୍ଧ ବ୍ଲକ ସ୍ତରିୟ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବି.ଆର.ସି.ସି. ଗଣେଶ୍ୱର ନାୟକ, ଏ.ବି.ଇ.ଓ ରବିନାରାୟଣ ମିଶ୍ର, ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କନିଷ୍ଠ ବିଭାଗ ବକୃତା ରେ ନିମାୟା ଉଠାଣସିଂ, କୁଇଜ ରେ ସାଗର ବେରୁକ, ଚିତ୍ରାଙ୍କନ ରେ ନାଇସ ନାୟକ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବରିଷ୍ଠ ବିଭାଗ ବକୃତା ରେ ଦେବୀ ପ୍ରସାଦ ପରାସେଟ, କୁଇଜ ରେ କ୍ଷୀରୋଦ ପରାସେଟ, ଚିତ୍ରାଙ୍କନରେ ଲବ ମାଝୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ ପ୍ରଜ୍ଞା ପରମିତା ବଡ଼ସେଟ, କୁଇଜ ରେ ରୋଶନି ପତି, ଚିତ୍ରାଙ୍କନରେ ଜନକ ପାତ୍ର ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ସେପ୍ଟେମ୍ବର ୩୦ ତାରିଖରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସି.ଆର.ସି.ସି. ପ୍ରଭାତ କୁମାର ସାହୁ, କୁମର ପରାସେଟ, ଅମୀୟ କୁମାର ବେହେରା, ଦାରାସିଂ ବାରିକ, ଗୌତମ ବଡ଼ସେଟ, ବିବରାମ ଉଠାଣ ସିଂ, ପ୍ରତାପ ମାନସେଟ, ଜଗନ୍ନାଥ ପାତ୍ର, ସୃଷ୍ଟିଧର ସାମଲ, ବାସୁଦେବ ପରାସେଟ ଶିକ୍ଷକ ଦେବେନ୍ଦ୍ର କୁମାର ଓଝା, ସୁକାନ୍ତ ତ୍ରିପାଠୀ, ଦିନେଶ କୁମାର ନାୟକ, ଅକୁଳ ସାବତ, ପୁରେନ୍ଦ୍ର ସିଂ, ଶିକ୍ଷୟିତ୍ରୀ ରଶ୍ମିତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.